ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ ପକ୍ଷରୁ ଆୟୋଜିତ ବିଭିନ୍ନ ସଚେତନତାମୂଳକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସେଲ୍‌ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା । ଏଥିସହ ମହିଳାଙ୍କ ଆଇନଗତ ଅଧିକାର, ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା ଉପରେ ସେମିନାର ଓ କର୍ମଶାଳା ଆୟୋଜନ କରାଯାଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଛାତ୍ରୀମାନଙ୍କ ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ।

ଏହି ଅବସରରେ ମହାବିଦ୍ୟାଳୟରୁ ‘ଶକ୍ତିଶ୍ରୀ ସାଥୀ’ ଚୟନ କରାଯାଇଥିଲା । ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରଶ୍ମିରେଖା ପୃଷ୍ଟିଙ୍କ ସମେତ ଡ. ବଂଶୀଧର ଦାସ, ଶ୍ରୀ ବିଜୟ କୁମାର ଦାସ,ଡ. ବିନୋଦିନୀ ଦାସ ଓ ମନୋରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମନିର୍ଭର, ସଚେତନ ଓ ସଶକ୍ତ ହେବାକୁ ପ୍ରେରଣା ଦେଇଥିଲେ। ଶକ୍ତିଶ୍ରୀ ସେଲ୍‌ର ସଂଯୋଜିକା ପ୍ରଜ୍ଞା ବେହେରା ସେଲ୍‌ର ବିଭିନ୍ନ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିବା ସହ ଏହାର ଭବିଷ୍ୟତ ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଶକ୍ତିଶ୍ରୀ ସେଲ୍‌ ପକ୍ଷରୁ ପ୍ରସ୍ତୁତ ୱାଲ୍‌ ମ୍ୟାଗାଜିନ୍‌ ଉଦ୍‌ଘାଟିତ ହୋଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବିଭାଗ ବିଭାଗୀୟ ମୁଖ୍ୟ ତଥା ଅଧ୍ୟାପକ , ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିବା ବେଳେ ଛାତ୍ରୀ ସ୍ୱେଚ୍ଛାସେବିକାମାନେ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Exit mobile version