ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ଖଣ୍ଡପଡ଼ା  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପଲିଥିନ କାରବାର ଉପରେ ରାଜ୍ଯ ସରକାର କଟକଣା କଡାକଡି ଭାବେ ଲାଗୁ କରିବା ସହ ତାହାକୁ ସଂପୂର୍ଣ୍ଣ ରୁପେ ବେଆଇନ ବୋଲି ଘୋଷଣା କରିଛନ୍ତି।ମାତ୍ର ଧର୍ମକୁ ଆଖିଠାର ମାରିଲା ପରି ଖଣ୍ଡପଡ଼ା ଅଞ୍ଚଳରେ ପଲିଥିନର ବ୍ୟବହାର ଖୁଲମ ଖୁଲା ଭାବେ ଚାଲିଥିବା ପରିଲକ୍ଷିତ ହେଉଛି । ପାନ ଦୋକାନ,ଜଳଖିଆ ଦୋକାନ, ତେଜରାତି ଦୋକାନ ଠାରୁ ଆରମ୍ଭ କରି ହୋଟେଲ ଓ ଢାବାରେ ପଲିଥିନର କାରବାର ବହୁଳ ମାତ୍ରାରେ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଦେଖି କିଛି ନ ଦେଖିବା ନ୍ୟାୟରେ ନୀରବଦ୍ରଷ୍ଟା ସାଜିଥିବା ଜଣାପଡିଛି । ଯେଉଁଠି ଦେଖିବ ସେଇଠି ଅଳିଆ,

ଆବର୍ଜନାରେ କୁଢକୁଢ ପଲିଥିନ ପଡୁଥିବା ବେଳେ ରାସ୍ତା ପାର୍ଶ୍ବରେ ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପଲିଥିନର ବହୁଳ ବ୍ୟବହାରକୁ ପ୍ରାଥମିକତା ଦେଇ ଆସୁଥିବା ଜଣାପଡିଛି । ଏ ପରିପ୍ରେକ୍ଷୀରେ ରାଜ୍ଯ ସରକାର ପଲିଥିନର ବ୍ୟବହାର ଉପରେ ଲାଗୁ କରିଥିବା କଟକଣାର କିଛି ମାନେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ତେଣୁ ଏଥିପ୍ରତି ପୁଲିସ ପ୍ରଶାସନ,ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

Exit mobile version