ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ

ପୁରୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ ର ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅଭିଷେକ ବେହେରା କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ସେ ଢେଙ୍କାନାଳ ରେ କାର୍ଯ୍ୟରତ ଥିଲେ।ସେହିପରି ପୂର୍ବରୁ ପୁରୀ ର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିବା ପ୍ରଦୀପ୍ତ କୁମାର ସେନାପତି ଙ୍କ ର ନୟାଗଡ଼ ଜିଲ୍ଲା କୁ ବଦଳି ହୋଇ ଥିବାରୁ ଆଜି ତାଙ୍କୁ ରିଲିଭ କରାଯାଇଛି l

ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଉଭୟଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଚ୍ଛା ଜଣାଇବା ସହ ନିଜ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ କରି ବିଭାଗର ସୁନାମ ବୃଦ୍ଧି କରନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ।ଏଥିରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version