ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡା ଥାନା ଅଞ୍ଚଳରେ ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ କରିବା ସହ ତିନି କୁଖ୍ୟାତ ଡକାୟତ ଙ୍କୁ ଗିରଫ କରିଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ୪୨ କିଲୋ ୪୦୦ ଗ୍ରାମ ଚୋରା ଗଞ୍ଜେଇ, ଦୁଇଟି ଦେଶୀ ନିର୍ମିତ ବନ୍ଧୁକ (ଏସବିଏମଏଲ) ଏବଂ ଦୁଇଟି ମୋଟର ସାଇକେଲ ଜବତ କରିବା ସହ ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଳିପଡ଼ା ଗ୍ରାମର ନୀଳାମ୍ବତ ମଲ୍ଲିକ (୨୬),
