ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା, ନିଆଳୀ ତହସିଲ୍ ଅନ୍ତର୍ଗତ ଦେବୀ କନ୍ଦଳ ଦିପ।ଞ୍ଚଳର ସାଗଡାଇଲୋ ପଞ୍ଚାୟତ , ସୁଆଁଲୋ ଗ୍ରାମରେ ଗତ କାଲି ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଭରତ ମଲ୍ଲିକଙ୍କ ୪ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହେବା ସହ ୫୦ ଛେଳି ମୃତ ଘଟିଥିବାବେଳେ ୧୫ ର ରୁ ଊର୍ଦ୍ଧ୍ବ ଛେଳି ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଜଣାପଡିଛି । ଏହି ଅଗ୍ନିକାଣ୍ଡ ଘରେ ଥିବା ଏକ ଗ୍ୟାସ ସିଲିଣ୍ଡରରୁ ଅଗ୍ନିଶମ ବିସ୍ପୋରଣ ଘଟିଥିଲା ବୋଲି କୁହାଯାଉଛି ।

ଏହି ଭୟାବହ ଅଗ୍ନିକାଣ୍ଡ ଦ୍ବାରା ଗୁହାଳ ଘର ସହିତ ୪ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଘରେ ରହିଥିବା ୬୫ ରୁ ଊର୍ଦ୍ଧ୍ବ ଛେଳି ମଧ୍ୟରୁ ୫୦ ଛେଳି ମୃତ ଘଟିଥିବାବେଳେ ୧୫ ରୁ ଊର୍ଦ୍ଧ୍ବ ଛେଳି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଛଟପଟ ହେଉଛନ୍ତି। ଖବର ପାଇ ଅଡଶପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ କରିବା ପୁର୍ବରୁ ଘର ଗୁଡ଼ିକ ଅଗ୍ନିରେ ଜଳି ସମ୍ପୂର୍ଣ ପାଉଁଶ ହୋଇଯାଇଛି । ଘରେ ଥିବା ଧାନ ଚାଉଳ ସମେତ ସମସ୍ତ ଆସବାପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ଯାହାକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅଗ୍ନି ବିପନ୍ନଙ୍କ ପାଖରେ ପାଖରେ ପିନ୍ଧିବା ବସ୍ତ୍ରଟିଏ ନାହିଁ କି ଖାଇବା ପାଇଁ କୌଣସି ଖାଦ୍ୟ ନାହିଁ, ଏବେ ସେମାନଙ୍କ ପରିବାର ଖୋଲା ଆକାଶ ତଳେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି । ଏହି ଗରୀବ ଭରତ ମଲ୍ଲିକ ଜଣେ ଗରୀବ ଲୋକ ହୋଇଥିବାରୁ ଛେଳି ରଖି ନିଜର ପରିବାରକୁ ପ୍ରତିପୋଷଣ କରି ଆସୁଥିଲେ । ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Exit mobile version