ବିଶ୍ଵହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିଶ୍ବହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ବିଶ୍ବହିନ୍ଦୁ ପରିଷଦର ସ୍ଥାପନା ଦିବସ ଓ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପ୍ରତିବର୍ଷ ପରି ଚଳିତ ଵର୍ଷ ସଦର ଥାନା ନିକଟସ୍ଥ ଏଚ.ପି ଗ୍ୟାସ କାର୍ଯ୍ୟାଳୟର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦିଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୋହନ ସିଂ ସୋଲାଙ୍କି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ତଥା ବିଶ୍ବହିନ୍ଦୁ ପରିଷଦର କୋଲକାତା କ୍ଷେତ୍ରର ସଂଗଠନ ମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ରବିନ୍ଦ୍ରନାଥ ସ୍ୱାଇଁ ,ଡାହାଳିଆଵାଗ ଗ୍ରାମ୍ୟ କମିଟି ସଭାପତି,

ପବିତ୍ର ମୋହନ ଦାସ, ପ୍ରାନ୍ତ ଗୋରକ୍ଷ ଉପେନ୍ଦ୍ର ପ୍ରଧାନ, ପ୍ରାନ୍ତ ସାମାଜିକ ସମରସତା ତଥା ମାସିକ ପତ୍ରିକା ହିନ୍ଦୁ ସମାଜର ସମ୍ପାଦକ ସତ୍ୟନାରାୟଣ କାର୍ଜୀ , ସଦସ୍ୟ ପ୍ରାନ୍ତ କାର୍ଯ୍ୟାଳୟ କମିଟିର ବିଶ୍ୱ ରଞ୍ଜନ ଦେବତା ,କଟକ ନଗର ଉପସଭାପତି ତଥା ଧାକୁଲେଇ ପ୍ରଖଣ୍ଡର ପାଳକ,ଆଡଭୋକେଟ ଦୁର୍ଗାଚରଣ ନାୟକ, ବିଧି ପ୍ରକୋଷ୍ଠ ଜିଲ୍ଲା ସମ୍ପାଦକ ଜି କିଶୋର କୁମାର, କଟକ ନଗର ସମ୍ପାଦକ, ପ୍ରାଣକୃଷ୍ଣ ନାୟକ, କୋଷାଧ୍ୟକ୍ଷ କଟକ ଜିଲ୍ଲାର ଆଡଭୋକେଟ ଅମୂଲ୍ୟ କୁମାର ସାହୁ,

ଉପସଭାପତି ଧାକୁଲେଇ ପ୍ରଖଣ୍ଡର ମହେନ୍ଦ୍ର ପଟ୍ଟନାୟକ, ଉପସଭାପତି ଧାକୁଲେଇ ପ୍ରଖଣ୍ଡର ତପନ କୁମାର ମହାନ୍ତି ,ସମ୍ପାଦକ ଧାକୁଲେଇ ପ୍ରଖଣ୍ଡର ଦୀନକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ବିଶ୍ବହିନ୍ଦୁ ପରିଷଦର ସ୍ଥାପନା ଦିବସ ଓ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ କାର୍ଯ୍ୟ ଶୈଳୀ ଓ ବଳିଦାନ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କୁନୀ କୁନୀ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲାବେଳେ କାର୍ଯ୍ୟକ୍ରମକୁ ବିଶ୍ବହିନ୍ଦୁ ପରିଷଦ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version