ଭୁବନେଶ୍ଵର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସ୍ମାର୍ଟ ୟୁଥ୍ ଫୋର୍ସ ଅର୍ଗନାଇଜେସନ୍ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧)ଫୁଟ ଉଚ୍ଚତା ରହିଛି । ବିଶେଷ ଆକର୍ଷଣ ରୂପା ଅଳଙ୍କାର ପାଦ, ହାତ, ତିଳକ ସହିତ ଏଲିଡି ଆଲୋକ ସଜ୍ଜାରେ ଝଟକିବେ । ବିଗତ ୧୦ ବର୍ଷଧରି ସ୍ମାର୍ଟ ୟୁଥ୍ ଫୋର୍ସ ଅର୍ଗନାଇଜେସନ୍ ଗଣେଶ ପୂଜା ପାଳନ କରିଆସୁଅଛି। ଚଳିତ ବର୍ଷ ଏହା ୧୧ ବର୍ଷରେ ପଦାର୍ପଣ କରୁଛି । ଅନୁଷ୍ଠାନ ପକ୍ଷରୁ ଗତ ଦୁଇ ମାସ ହେବ ଏଥି ନିମନ୍ତେ ପ୍ରସ୍ତୁତି ଜୋରଦାର୍ ଚାଲିଅଛି ।
ଏହି ଅବସରରେ ଅନୁଷ୍ଠାନର ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି, ପ୍ରାକୃତିକ ସାଜସଜ୍ଜା, ପ୍ଲାଷ୍ଟିକ୍ ବ୍ୟବହାରରେ ହ୍ରାସ, ଉପଯୁକ୍ତ ବର୍ଜ୍ୟ ପରିଚାଳନା ଏବଂ ପରିବେଶ ସୁରକ୍ଷାକୁ ସମର୍ଥନ କରୁଥିବା ସାମଗ୍ରୀ ବ୍ୟବହାର କରିବାକୁ ପ୍ରାଥମିକତା ଦେଉଛି। ଏଥି ସହ ହଜିଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପୌରାଣିକ କାର୍ଯ୍ୟକ୍ରମ ଆୟୋଜିତ କରୁଚି। ଛୋଟ ଛୋଟ ପିଲାମାନଙ୍କ ପ୍ରତିଭାକୁ ସର୍ବ ସମ୍ମୁଖକୁ ଆଣି ପିଲାମାନଙ୍କୁ ସମ୍ମାନିତ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଦିଆଯିବ । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ମାନଙ୍କର ପପ୍ରେରଣାରେ ବେଶ୍ ଶାନ୍ତି ଶୃଙ୍ଖଳାସହ କରିବାକୁ ଆଶା ରଖୁଛି।
ଚଳିତ ବର୍ଷର ପୂଜାର ମୁଖ୍ୟ ଆକର୍ଷଣ
-
ତା.୧୪/୦୯/୨୦୨୬ ରିଖ (ସୋମବାର) :
-
ମୁଖ ଦର୍ଶନ – ସନ୍ଧ୍ୟା ୬ ଘଟିକା, ସଂକୀତ୍ତନ – ସନ୍ଧ୍ୟା ୭ ଘଟିକା
-
ତା.୧୫/୦୯/୨୦୨୬ ରିଖ (ମଙ୍ଗଳବାର)
-
: ଭଜନ ସମାରୋହ – ସନ୍ଧ୍ୟା ୭ ଘଟିକା ପ୍ରସାଦ ସେବନ
-
ତା.୧୬/୦୯/୨୦୨୬ ରିଖ (ବୁଧବାର)
-
: ମେଲୋଡି ନାଇଟ୍ – ସନ୍ଧ୍ୟା ୭ ଘଟିକା
-
ତା.୧୭/୦୯/୨୦୨୬ ରିଖ (ଗୁରୁବାର)
-
: କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ, ପ୍ରସାଦ ସେବନ – ସନ୍ଧ୍ୟା ୭ ଘଟିକା
-
ତା.୧୮/୦୯/୨୦୨୬ ରିଖ (ଶୁକ୍ରବାର)
-
: ପୂର୍ଣାହୁତି – ସନ୍ଧ୍ୟା ୬ ଘଟିକା, ମେଲୋଡି ନାଇଟ୍ – ସନ୍ଧ୍ୟା ୭ ଘଟିକା ।
-
ତା.୧୯/୦୯/୨୦୨୬ ରିଖ (ଶନିବାର)
-
: ଡ୍ୟାନ୍ସ ପୋଗ୍ରାମ୍ – ସନ୍ଧ୍ୟା ୭ ଘଟିକା
-
ତା.୨୦/୦୯/୨୦୨୬ ରିଖ (ରବିବାର)
-
: ବିସର୍ଜନ ଏବଂ ଲାଇଟ୍ ସୋ – ସନ୍ଧ୍ୟା ୭ ଘଟିକା