ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ ଘାଟନ 

ନୟାଗଡ଼  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ  ସ୍ଵାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ ଘାଟିତ ହୋଇଯାଇଅଛି I ଉକ୍ତ ଉଦ୍ ଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହୋଦୟା, ଜିଲ୍ଲା ସହକାରୀ  ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ I

ପ୍ରଥମେ ଜିଲ୍ଲାପାଳ ମହୋଦୟା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ ଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ୟରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ଵାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ |     ଅକ୍ଷକ ଶ୍ରୀଯୁକ୍ତ ବାବୁଲି ବାରିକ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ମନସ୍ଵୀ ସେଠୀ ମହୋଦୟ ଆଗାମୀ ଦିନରେ କାରାଗାରରେ ତାଲିମ ନେବା ପରେ କାରାଗାର  ହିତାଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ କିଭଳି ବିକ୍ରି ହୋଇପାରିବ ସେଥ‌ିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ମହୋଦୟାଙ୍କୁ ଅନୁରୋଧ କରିଥିଲେ |

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡ଼ ତରଫରୁ ହିତାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଭିଭିକ ତାଲିମ ଉପକରଣ ଜିଲ୍ଲାପାଳ ଓ ସ‌ହକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା | ଶେଷରେ ସମସ୍ତ ଅତିଥୀ କାରାଗାର ପରିସରରେ ପ୍ରସ୍ତୁତ ହେବାକୁ ଥ‌ିବା ତାଲିମ ସାମଗ୍ରୀ ଗୁଡିକର ନମୁନା ଦେଖିଥିଲେ | ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ଉକ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଏବଂ କାରାଗାର ଅଧୀକ୍ଷକଙ୍କୁ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ତାଲିମର ସଫଳ ରୂପାୟନ କାମନା କରିଥିଲେ I   

Exit mobile version