ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ କନ୍ୟାଭ୍ରୁଣ ହତ୍ୟା ଭଳି ସଂଗୀନ ବଦନାମ ବିଭୀଷିକା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ ମୋକଦ୍ଧମା ନୟାଗଡ଼ ମହିଳା ଅଦାଲତରେ ବିଚରାଧୀନ ଥିବାବେଳେ ପିସିପିଏନଡିଟି କଠୋର ଆଇନ ଏବଂ ବେଟି ବଚାଓ-ବେଟି ପଢ଼ାଓ (ବିବିବିପି) ବୈଧାନିକ ନିୟମାବଳୀ କୁ ଡିଷ୍ଟ୍ରିକ୍ତ ଆପ୍ରୋପ୍ରିଏଟ ଅଥରିଟି (ଡିଏଏ ) ଅର୍ଥାତ ଜିଲ୍ଲାପାଳ ଏବଂ ସିଡ଼ିଏମଓଙ୍କ କାର୍ଯ୍ୟକାରିତାରେ ଖିଲାପି ନୀତି ପାଇଁ ଆଜି ସମଗ୍ର ଜିଲ୍ଲାରେ କିଛି ଅସାଧୁ ଅଲଟ୍ରାସାଉଣ୍ଡ ମାଲିକ ଏବଂ ଅର୍ଥପିପାସୁ ଡାକ୍ତର ଲିଙ୍ଗ ନିରୂପଣ ଭଳି ଜଘନ୍ୟ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ନୟାଗଡ଼ ଜିଲ୍ଲାରେ ପୁନଶ୍ଚ ଶିଶୁ ଲିଙ୍ଗାନୁପାତ ସଂକଟରେ ଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ l

