ଖୋରଧା ଜ଼ିଲା ଯାଦବ ସମିତିର କାର୍ଯ୍ୟକାରିଣୀ ସାଙ୍ଗଠନିକ ବୈଠକ କନ୍ଧ ନୟାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି

ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧ ନୟାଗଡ଼ ଠାରେ ଖୋରଧା ଜ଼ିଲା ଯାଦବ ସମିତିର କାର୍ଯ୍ୟକାରିଣୀ ସାଙ୍ଗଠନିକ ବୈଠକ ସମିତି ସଭାପତି ଅନ୍ତର୍ଯ୍ୟାମୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ନନ୍ଦୋତ୍ସବ ପାଳନ ଅବସରରେ ଆୟୋଜିତ ଏହି ବୈଠକ ଆରମ୍ଭ ପୂର୍ବରୁ ରାଧାକୃଷ୍ଣ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ପାଦକଲକ୍ଷ୍ମୀଧର ବେହେରା ପୂର୍ବ ବୈଠକରେ ବିବରଣୀ ପାଠକରିବା ସହ ସମିତିର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ଯାଦବ ପରିବାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଅରୁଣ କୁମାର ସୁବୁଦ୍ଧି, ଶଙ୍କର ପ୍ରତାପ ମହାରଥୀ, ବସନ୍ତ କୁମାର ସାମନ୍ତରାୟ, ରତ୍ନାକର ପରିଡା, ଲୋକନାଥ ବେହେରା, ସଞ୍ଜୟ କୁମାର ବେହେରା, ପ୍ରଦୀପ କୁମାର ବେହେରା, ବିଦ୍ୟାଧର ବେହେରା, ମୋହନ ବେହେରା,ଭାସ୍କର ଚନ୍ଦ୍ର ବେହେରା, ପ୍ରତାପ କୁମାର ମାର୍ଥା, ବଂଶୀଧର ବେହେରା, ପ୍ରମୋଦ କୁମାର ବେହେରା, ବଳଭଦ୍ର ବେହେରା,

ସୁଶାନ୍ତ କୁମାର ବେହେରା ଓ ଭୀମସେନ ବେହେରା ପ୍ରମୁଖ ପ୍ରତ୍ୟେକ ଯାଦବ ପରିବାର ପିଲାମାନେ କିପରି ଶିକ୍ଷା ଲାଭ କରିବେ, ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବେ, ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବେ, ମହିଳା ମାନଙ୍କୁ ସଶକ୍ତ କରିବା ସହିତ ଆର୍ଥିକ ବିକାଶ ଦିଗରେ ଆଲୋକ ପାତ କରିଥିଲେ।ଯାଦବ ସମ୍ପ୍ରଦାୟ ପାରସ୍ପରିକ ସାହାଯ୍ୟ ସହଯୋଗ କୁ ଅଗ୍ରାଧିକାର ଦେବାକୁ ମତାମତ ପ୍ରକାଶ ପାଇଥିଲା । ଶଙ୍କର ପ୍ରତାପ ମହାରଥୀ ଧନ୍ୟବାଦ ଦେଇ ଯାଦବ ମାନେ ଐକ୍ୟ ସଂଘତି କୁ ସୁରକ୍ଷିତ ରଖିବାକୁ ନିବେଦନ କରିଥିଲେ ।

Exit mobile version