କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରଣପୁର ବ୍ଲକ ଅନ୍ତର୍ଗତ ମହାନ ସଂଗ୍ରାମୀ ଗ୍ରାମ କନ୍ଧ ନୟାଗଡ଼ରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ମହାସମାରୋହରେ ରାଧାକୃଷ୍ଣ ସେବା ସଂସ୍ଥା ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଗ୍ରାମର ଯାଦବ ସମ୍ପ୍ରଦାୟ ଙ୍କ ମଧ୍ୟରେ ଭାଇ ଚାରା ଓ ଆଧ୍ୟାତ୍ମିକ ସମ୍ପର୍କ କୁ ଦୃଢ଼ୀଭୂତ କରି ରଖିବାରେ ଏହି ଉତ୍ସବ ବିଶେଷ ସହାୟକ ହୋଇଥାଏ ।

ଶନିବାର ଅପରାହ୍ନରେ ଏକ ରଙ୍ଗାରଙ୍ଗ ଆକର୍ଷଣୀୟ ଶୋଭାଯାତ୍ରା ସାରା ଗ୍ରାମ ପରିକ୍ରମା କରିବା ପରେ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର ପାର୍ଶ୍ୱରେ ଏକ ସଭାରେ ମିଳିତ ହୋଇଥିଲେ ।  ବରିଷ୍ଠ ଆଇନଜୀବୀ ତଥା ଖାଉଟି ଅଦାଲତର ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ମହାପାତ୍ରଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଆଧ୍ୟାତ୍ମିକ ସଭାରେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଶିଷ୍ଠ ସମାଜସେବୀ ସଂଗଠକ ଡା ସନ୍ତୋଷ କୁମାର ଲେଙ୍କା,

ସାମାଜିକ କର୍ମୀ ପଦ୍ମନାଭ ବିଶ୍ୱାଳ ଲଷ୍ମୀଧର ବେହେରା, କୃଷ୍ଣଗୋପାଳ ବାଚସ୍ପତି, ଅଖିଳ କୁମାର ବେହେରା,  ଯୁବନେତା ପ୍ରଫୁଲ୍ଲ କୁମାର ନାୟକଓ ଜଳଧର ମହାରଣାପ୍ରମୁଖ ନିଜନିଜର ବକ୍ତବ୍ୟ ପ୍ରଦାନ କରି ଏତାଦୃଶ ଆଧ୍ୟାତ୍ମିକ କାର୍ଯକ୍ରମକୁ ବଞ୍ଚାଇ ରଖି ଆଧୁନିକ ସମାଜକୁ ସୁସ୍ଥ ସୁନ୍ଦର ଶୈକ୍ଷିକ ବାର୍ତ୍ତା ପ୍ରଦାନ କରୁଥିବା ହେତୁ ସଂସ୍ଥା ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଅରୁଣକୁମାର ସୁବୁଦ୍ଧିନବଘନ ବେହେରା, ଖଲେଶ୍ୱର ବେହେରା, ଅଭିମନ୍ୟୁ ବେହେରା, ଇନ୍ଦ୍ରମଣି ଗୁରୁଓ ରମେଶ ବେହେରା ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । ବର୍ଣ୍ଣା ଢ୍ୟ ଶୋଭାଯାତ୍ରା ବିପୁଳ ଜନସମାଗମ ମଧ୍ୟରେ ଶାନ୍ତି ଶୃଙ୍ଖଳା ର ସହ ସମାପିତ ହୋଇଥିଲା ।

Exit mobile version