ଓଭରବ୍ରିଜ ପରେ ଇନ୍ଦ୍ରଦ୍ୟୁମ୍ନ ଓ ମାଟିଆପଡା ଟ୍ରାଫିକ ଜାମ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବହୁ ପ୍ରତିକ୍ଷିତ ମାଟିଆପଡା ଓଭରବ୍ରିଜ ଯାତାୟାତ ପାଇଁ ଖୋଲା ଯାଇଥିବା ବେଳେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଓ ଉଦଘାଟନ ହୋଇନାହିଁ । ଓଭରବ୍ରିଜ କାର୍ଯ୍ୟ ଅଟକଳ ଫଳକ ଓ କେଉଁ ସଂସ୍ଥା ନିର୍ମାଣ କରିଛି ତାହାର ଫଳକ ପୋତା ହୋଇନାହିଁ । ବିଧିବଦ୍ଧ ଭାବେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ମନ୍ତ୍ର ପାଠ ପ୍ରତିଷ୍ଠା ପୂଜା ବିଧି କରାଯାଇନାହିଁ । ବାଟରେ ଯାଉଛି କମାର-ଲୁହା ପଜେଇ ଦିଏ ଆମର ନ୍ଯାୟରେ ତ୍ରିରଙ୍ଗା ଶୋଭାଯାତ୍ରା ଯିବା ସମୟରେ କେବଳ ଆକାଶକୁ ବଡ ଦୀପ ଦେଖାଇ ଉଦଘାଟିତ ହେଲା ବୋଲି କୁହାଯାଇଛି ।

ଏହି ଅଣ ଉଦଘାଟିତ ଓ ଅଣ ପ୍ରତିଷ୍ଠା ବ୍ରିଜ ପାଇଁ ଅନେକ ରାଜନୈତିକ ରହସ୍ଯ ରହିଯାଇଛି । ଏବେ ନୂଆ ସମସ୍ଯା ଦେଖାଯାଇଛି । ୮୦ ଫୁଟ ରୋଡ ବ୍ରିଜ ତଳେ ବଡ ଖୁଣ୍ଟ ଗେଟ ପାଖରେ ରହିଯାଇଛି । ବ୍ରିଜ ର ତଳ ଦୁଇ ପାର୍ଶ୍ବ ସାହିରୁ ଆସୁଥିବା ଯାନବାହନ ଓ ବ୍ରିଜ ରୁ ଗଡି ଆସୁଥିବା ଯାନବାହନ ଇନ୍ଦ୍ରଦ୍ୟୁମ୍ନ ଚଉରା ଛକ ବରଗଛ ନିକଟରେ ଟ୍ରାଫିକ ଜାମ ଦେଖିବାକୁ ମିଳୁଛି ।

ମଧୁବନ ପଟୁ ଆସୁଥିବା ଯାନବାହନ ଓ ମାଟିଆପଡାରୁ କୋଣାର୍କ ଯାଉଥିବା ଯାନବାହନ ଗୁଡିକ ଏକତ୍ରୀତ ହେବା ଫଳରେ ସେଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି । ରାସ୍ତା ଡିଭାଇଡ ଓ ପାଟିସର୍ନ ରୋଡ ନଥିବାରୁ ଯିଏ ଯେଉଁ ପଟେ ପାରିଲା ସିଏ ସେଇପଟେ ଗାଡି ଚଳାଚଳ କରୁଛନ୍ତି । ମାଟିଆପଡାରେ ଟ୍ରାଫିକ ଠିଆ ହୋଇଥିବା ବେଳେ ଇନ୍ଦ୍ରଦ୍ୟୁମ୍ନ ଛକରେ ଟ୍ରାଫିକ ନଥିବାରୁ ସେଠାରେ ପ୍ରବଳ ଜାମ ହେଉଛି । ମାଟିଆପଡା ଛକ ଠାରୁ ବ୍ରିଜ ପର୍ଯ୍ଯନ୍ତ ରାସ୍ତା ଓସାର କରିବା ପାଇଁ ଦାବି ହେଉଛି ।

Exit mobile version