ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳିତ

ବାଲୁଗାଁ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟ ରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି । ପ୍ରଭାତ ରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ ମିଳିତ ସହଯୋଗ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ଅଡିଟୋରିୟମ ଗ୍ରୃହରେ ସାଂସ୍କୃତିକ ଓ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା ନିମନ୍ତ୍ରିତ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ର ପ୍ରାକ୍ତନ ମୁଖ୍ୟ ଲିପିକ ତଥା ବରିଷ୍ଠ ମଞ୍ଚ କଳାକାର ତ୍ରିବିକ୍ରମ ପଣ୍ଡା,

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯୁବ ସମାଜ ସେବୀ ବିକ୍ରମ ପଲେଇ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ବିଶିଷ୍ଟ ଓଡ଼ିଶୀ ଗାୟିକା ତଥା ମା ଭଗବତୀ କଳା ନିକେତନର ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ ପ୍ରମୁଖ ଯୋଗ ଦେଇ ଭଗବାନ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ମହିମା ବର୍ଣ୍ଣନା କରିବା ସହ ସମାଜକୁ ଆଧ୍ୟାତ୍ମିକ ଦିଗ ଦର୍ଶନ ଦେବାରେ ଵ୍ରହ୍ମକୁମାରିଜ୍ ସଂସ୍ଥା ର ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ମା ଭଗବତୀ କଳା ନିକେତନର ଶିଳ୍ପୀ ମାନେ ରାଧାକୃଷ୍ଣ ଙ୍କ ଲୀଳା ସମ୍ବନ୍ଧିତ ନ୍ରୃତ୍ୟ ପରିବେଷଣ କରିଥିଲେ । ନବଜାତ ଶିଶୁ ଶ୍ରୀକୃଷ୍ଣ ତଥା ରାଧାକୃଷ୍ଣଙ୍କ ଯୁଗଳ ଭୂମିକାରେ ଶିଳ୍ପୀ ଙ୍କୁ ସୁସଜ୍ଜିତ ଝୁଲଣରେ ଉପବେଶନ କରାଯାଇ ଝୁଲାଇ ଦିଆ ଯାଇଥିଲା । ମଞ୍ଚ ର ସମସ୍ତ କାର୍ଯ୍ୟକ୍ରମ କୁ ବିକେ ସୁରେନ୍ଦ୍ର ନାଥ ଗୈ।ଡ଼ ଭାଇ ସନ୍ ଯୋଜନା କରିଥିଲେ । ସମସ୍ତ ଭାଇ ଓ ମାତା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ପରେ ପରେ ସମସ୍ତ ଙ୍କୁ ବ୍ରହ୍ମା ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Exit mobile version