ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ନାଚୁଣୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତ୍ରିନାଥ ହୋତା ଙ୍କ ର ଅବସର କାଳୀନ ଵିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଆଲୁମିନ୍‌ର ବରିଷ୍ଠ ସଭ୍ୟ ତଥା ପ୍ରାକ୍ତନ ତହସିଲଦାର ସଂଗ୍ରାମ କେଶରୀ ଜେନା,ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ନାଚୁଣୀ ବରିଷ୍ଠ ନାଗରିକ ସଂଘ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର,

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମକରଧ୍ବଜ ପଲେଇ, ପ୍ରାକ୍ତନ ଶିକ୍ଷକ ବସନ୍ତ କୁମାର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମୁନା ସେଠି ପ୍ରମୁଖ ଯୋଗ ଦେଇ ଵିଦାୟୀ ପ୍ରଧାନ ଶିକ୍ଷକ ଙ୍କ ସ୍ଵଳ୍ପ କାର୍ଯ୍ୟ କାଳ ମଧ୍ୟରେ ବିଦ୍ୟାଳୟ ର ଅଭୂତପୂର୍ବ ପ୍ରଗତି ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସବିତା ଦେଈ, ମୋନିକା ମହାରଣା,ନିହାରିକା ପାଇକରାୟ ସରସ୍ଵତୀ ଚଣ୍ଡ,

ବିଜୟ ଲକ୍ଷ୍ମୀଵେହେରା,ସୁର୍ଯ୍ୟମୁଖୀ ବେହେରା, ହିରଣ୍ୟ ଜାଲି, ଜଗନ୍ନାଥ ଵେ ହେରା,ଵିଶ୍ଵଭୂଷଣ ହରିଚନ୍ଦନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱାଗତିକା ସ୍ଵାଇଁ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ର ଛାତ୍ରୀ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହାୟତା କରିଥିଲେ ।

Exit mobile version