ବରଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ଆଶୀର୍ବାଦରୁ ପ୍ରେରଣା ନେଇ ପର୍ବତାରୋହଣ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିବା ଓଡ଼ିଶାର ଆନ୍ତର୍ଜାତୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଏବେ ଆଡ଼ଭାନ୍ସ ମାଉଣ୍ଟେନିୟରିଂ କୋର୍ସ ପାଇଁ କାଶ୍ମୀର ଯାତ୍ରା କରିବେ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଜବାହାର ଇନ୍ସ୍ଟିଟ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ (JIM), ପହଲଗାଁରେ ଆୟୋଜିତ ଆଡ଼ଭାନ୍ସ ମାଉଣ୍ଟେନିୟରିଂ କୋର୍ସର ବ୍ୟାଚ୍ ନମ୍ବର ୫୫ରେ ସେ ଯୋଗଦେବେ। ଆସନ୍ତା ସେପ୍ଟେମ୍ବର ୬ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସେ ଏହି ପ୍ରଶିକ୍ଷଣ ଗ୍ରହଣ କରିବେ।

