ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭେଉଁରିଆ ଉଚ୍ଚ ବିଦ୍ୟାଳୟର କିରାଣୀ ପ୍ରଶାନ୍ତ କୁମାର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଭେଉଁରିଆ ଉଚ୍ଚ ବିଦ୍ୟାଳୟର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ସାହୁ ଦୀର୍ଘ ୩୬ ବର୍ଷର କର୍ମମୟ ଜୀବନ ପରେ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ଭବ୍ଯ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ଲୁହାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

୧୯୯୦ ମସିହା ଅଗଷ୍ଟ ୨୯ ତାରିଖରେ ଏହି ବିଦ୍ୟାଳୟରେ ଯୋଗଦାନ କରିଥିବା ଶ୍ରୀ ସାହୁ କେବଳ କିରାଣୀ ଦାୟିତ୍ୱ ତୁଲାଇ ନଥିଲେ, ବରଂ ଆବଶ୍ୟକ ସମୟରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ବିଷୟ ମଧ୍ୟ ପଢ଼ାଉଥିଲେ। ତାଙ୍କର ଏହି ନିଷ୍ଠାପର ସେବା ଓ ମେଳାପୀ ସ୍ୱଭାବକୁ ଅତିଥିମାନେ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଗ୍ରାମର କେତେକ ଭଦ୍ରବ୍ୟକ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ, ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ରହି ଶ୍ରୀ ସାହୁଙ୍କ ଭବିଷ୍ୟତର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଥିଲେ l

Exit mobile version