ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି

ଟାଙ୍ଗୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜ଼ିଲା ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଠାବ କରାଯାଇଥିବା ନରକଙ୍କାଳ ଟି ଦିବ୍ୟପ୍ରକାଶ ଙ୍କର ଓ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟାକରିଥିବା ହତ୍ୟାକାରୀଙ୍କ ମଧ୍ୟରୁ ଦୁଇ ଜଣକୁ ପୁଲିସ ଗିରଫ କରିଥିବା ଚାନ୍ଦପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ଖବର ଯୋଗୁ ପୁଲିସ ତତ୍ପରତା ପ୍ରକାଶ କରି ତଦନ୍ତକୁ ବାଟବଣାରୁ ବିରତ ହୋଇ ଶେଷରେ ହତ୍ୟାକାରୀଙ୍କ ପାଖରେ ପହଂଚି ଥିଲେ ମଧ୍ୟ ଆହୁରି ଅନେକ ରହସ୍ୟ ଓ ସାଙ୍ଘାତିକ ବେଆଇନ କାର୍ଯ୍ୟ ରୁ ଦୂରେଇ ରହୁଥିବା ଅନୁମାନ କରାଯାଉଛି । ପ୍ରଥମେ ଲୋକଙ୍କ କଥାରେ ପଡ଼ି ଦାୟିତ୍ୱ ସମ୍ପନ୍ନ ପୁଲିସ
ଓସ୍ତ ପଡା ପାଣୁ ସାହୁଙ୍କ ପୁଅ କାଳିଆକୁ ଆଣି ରଙ୍ଗମଞ୍ଚରେ ଠିଆକରାଇ ତଦନ୍ତ କୁ ବାଟବଣା ଯୋଜନାକୁ ପଣ୍ଡ କରିଦେଲେ ଗଣମାଧ୍ୟମ କେବଳ ଏହି ହତ୍ୟାକାଣ୍ଡ ନୁହେଁ ବହୁ ସାଙ୍ଘାତିକ ବେଆଇନ କାର୍ଯ୍ୟ ଓ ରହସ୍ୟ ଜନକ ଅସାମାଜିକ କାର୍ଯ୍ୟକଳାପର କେନ୍ଦ୍ର ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀ ବିରୋଧରେ ପୁଲିସ ତଦନ୍ତ ରେ ଶିଥିଳତା ପରିଲକ୍ଷିତ ହେଉଛି।

ଦିବ୍ୟପ୍ରକାଶକୁ ଦୁଇଜଣ ମାଡ ମାରି ତଣ୍ଟିଚିପି ହତ୍ୟାକରିବା ସମ୍ଭବ ନୁହେଁ ଅଧିକ ଲୋକ ଏଥିରେ ସମ୍ପୃକ୍ତ ଥିବା ନିଶ୍ଚିତ ହତ୍ୟାକାରୀ ରାଜେଶ ସେଠୀ ଓ ଅନ୍ୟଜଣେ ନାବାଳକ ଙ୍କୁ ପୁଲିସ ଗିରଫ କରିଥିବା ବେଳେ କିପରି ଓ କେଉଁ ଆଇନ ବଳରେ ଜଣେ ନାବାଳକ ଶ୍ରମିକ ହିସାବରେ ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲା। ଶ୍ରମ ଵିଭାଗ ଏହି ବେଆଇନ କାର୍ଯ୍ୟକୁ କେଉଁ ଅଭିପ୍ରାୟରେ ଅଣଦେଖା କରୁଥିଲେ. ଏହି କମ୍ପାନୀରେ ବହୁ ବେଆଇନ କାର୍ଯ୍ୟ ହେଉଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ସ୍ଥାନୀୟ ପୁଲିସ ଏହାକୁ ଅଣଦେଖା କରିବା ଓ ଏହା ଶ୍ରମବିଭାଗର କାମ ବୋଲି ଥାନାଧିକାରୀ ଅଭୟ କୁମାର ବେହେରା ନିଜେ ଝାଡ଼ିଝୁଡି ହୋଇ ବସିବା ଆଇନ ଦୃଷ୍ଟିରୁ ଆଦୌଁ ଯଥାର୍ଥ ନୁହେଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

ମୋବାଇଲ ଚୋରୀକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୁକ୍ତ ମାନେ ସ୍ୱୀକାର କରୁଥିଲେ ମଧ୍ୟ ଆଉ କିଛି ଘଟଣା ଏହା ପଛରେ ରହିଥିବା ସନ୍ଦେହ କରାଯାଉଛି । ବିଭିନ୍ନ ଅଘଟଣକୁ ଲୁଚାଇ ରଖିବା ପାଇଁ ଏପରି ଦୃଢ ନିରାପତ୍ତା ବ୍ୟବସ୍ଥା ଏଠାରେ କରାଯାଇଛି ଯେ, ଯେକୌଣସି ଅନୈତିକ କାର୍ଯ୍ୟ ବାହାରକୁ ଆସିବା ଆଦୌଁ ସମ୍ଭବ ନୁହେଁ।ଗତ ଅଗଷ୍ଟ ୯ତାରିଖ ଠାରୁ ଦିବ୍ୟପ୍ରକାଶ ଙ୍କ ସହିତ ଯୋଗାଯୋଗ ସମ୍ଭବ ହେଲାନାହିଁ।କଙ୍କାଳ ମିଳିବା ଖବର ଶୁଣି ଦିବ୍ୟପ୍ରକାଶଙ୍କ ବାପା ରାଜେନ୍ଦ୍ର କୁମାର ମହାପାତ୍ର ଘଟଣା ସ୍ଥଳକୁ ଆସି ପୁଅ ପିନ୍ଧିଥିବା ମାଳି ବ୍ରେସଲେଟ ଓ

ଚଡି ଇତ୍ୟାଦିକୁ ଚିହ୍ନଟ କରି ଵା ପରେ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଚାନ୍ଦପୁର ଥାନାରେ୨୦ତାରିଖ ଲିଖିତ ଏତଲାକୁ ଥାନାଧିକାରୀ ଶ୍ରୀବେହେରା ଫେରାଇ ଦେଇ ନିଖୋଜ ବୋଲି ଲେଖା ଦେବାକୁ କହି କରାଇବା ଆଇନ ପରିସର ଭୁକ୍ତନ ହୋଇଥିଲେ ହେଁ, ତଦନ୍ତ ଅନ୍ୟ ଆଡକୁ ନେବାର ଚକ୍ରାନ୍ତ ଏବେ ଧରାପଡ଼ିଯାଇଛି।ଏସବୁ ସତ୍ୱେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି କଙ୍କାଳ ଚି଼ହ୍ନଟ ଓ ଦୁଇଜଣ ହତ୍ୟାକାରୀଙ୍କୁ ସାମ୍ବାଦିକଙ୍କ ଆଗରେ ଠିଆ କରିଥିବା ହେତୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।ତାଙ୍କ ସହିତ ଥାନାଧିକାରୀ ଶ୍ରୀ ବେହେରା ଓ ଉପନିରୀକ୍ଷକ ସଂଗୀତା ବେସ୍ରା ପ୍ରମୁଖ ଉପସ୍ଥିତ ଥିଲେ।ତଦନ୍ତ୍ର ର ପରିସମାପ୍ତି ଏତିକିରେ ନକରି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପର୍ଯ୍ୟନ୍ତ ଜାରି ରଖିବାକୁ ସାଧାରଣରୁ ଦାବୀ ହେଉଛି ।

Exit mobile version