ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜଧାନୀ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ପରିପ୍ରେକ୍ଷୀରେ ପୂର୍ବତନ ଛାତ୍ର ସଂସଦ ସାଧାରଣ ପରିଷଦ ବୈଠକ ଆସନ୍ତା ସେପ୍ଟେମ୍ବର ୬ ତାରିଖ,ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ କଲେଜ ପରିସରରେ ଅନୁଷ୍ଠିତ ହେବ । ଏହି ବୈଠକରେ ଆସନ୍ତା ନଭେମ୍ବର ମାସରେ ତିନିଦିନିଆ ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ଆୟୋଜନ ସଂପର୍କରେ ସବିଶେଷ ଆଲୋଚନା ହେବ ।

