ବାପାଙ୍କୁ ଆକ୍ରମଣ ମାମଲା ରେ ପୁଅ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର )  ଦିଗପହଣ୍ଡି :- ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମର ଡି. ଲାଚ୍ଛମେୟା ଦୋରା ଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଥାନା ମାମଲା ନଂ.୧୯୯/୨୦ ଦଫା ୨୯୪/୩୨୩/୩୨୪/୫୦୬ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଲାଚ୍ଛମେୟା  ପୈତୃକ ସମ୍ପତ୍ତି ଭାଗ ବଣ୍ଟନ ରେ ଅସନ୍ତୁଷ୍ଟ ହୋଇ ତାଙ୍କ ବାପା ଡି.ଚକ୍ରପାଣି ଦୋରା ଙ୍କୁ  ଠେଙ୍ଗା ରେ ଆକ୍ରମଣ କରିଥିଲେ । ଠେଙ୍ଗା ମାଡ଼ରେ ବାପା ଗୁରୁତର ଆହାତ ହୋଇଥିବା ଅଭିଯୋଗ ହୋଇଥିଲା । 

ପୋଲିସ ସୂଚନାନୁସାରେ ଗୋକର୍ଣ୍ଣପୁର ଗ୍ରାମର ଡି. ଚକ୍ରପାଣି ଦୋରା ତାଙ୍କ ୩ ପୁଅଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ବଣ୍ଟନ କରିଦେଇଥିଲେ । ଅନ୍ୟ ୨ ପୁଅ ତାଙ୍କ ଭରଣପୋଷଣ ଦାୟିତ୍ବ ନ ନେବାରୁ ସେ ସାନ ପୁଅ କାଶୀ ଙ୍କ ପାଖରେ ରହି ଆସୁଛନ୍ତି। ବଡ଼ପୁଅ ଲାଛମେୟା  ସମ୍ପତ୍ତି ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଗତ ୫ ତାରିଖ ସକାଳେ ସାନଭାଇ କାଶୀଙ୍କ ଘର ପାଖକୁ ଯାଇ ବାପା ଚକ୍ରପାଣି ଙ୍କୁ ଗାଳି ଗୁଲଜ କରିଥିଲେ ।ପ୍ରତିବାଦ କରିବାରୁ ଲାଛମେୟା ଏକ ଠେଙ୍ଗା ରେ ତାଙ୍କ ମୁଣ୍ଡକୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି ।  (ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version