ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଲବାରସିଂ ଗ୍ରାମର ଏକ ସାଧାରଣ ମାଟି ଘରୁ ଆରମ୍ଭ ହୋଇଥିବା ଜଣେ ଶିଶୁର ସ୍ୱପ୍ନ ଆଜି ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ପହଞ୍ଚିଛି। ସେହି କୃତୀ ସନ୍ତାନ ହେଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ। ନିକଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ ସେ ବୈଜ୍ଞାନିକ-ଇ ପଦରୁ ବୈଜ୍ଞାନିକ-ଏଫ୍ ପଦକୁ ପଦୋନ୍ନତି ପାଇଛନ୍ତି । ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।
