ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

ଟାଙ୍ଗୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ ଜ଼ିଲା ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଗ୍ରାମ ର ଜଙ୍ଗଲ ନିକଟସ୍ଥ ପାଣି ନାଳରେ ପଡ଼ିଥିବା ନର କଙ୍କାଳ ର ପ୍ରକୃତ ହତ୍ୟାକାରୀ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି ଯୋଜନାବଦ୍ଧ ନାରକୀୟହତ୍ୟାକାଣ୍ଡର କେନ୍ଦ୍ରସ୍ଥଳ ହେଉଛି ବେଣ୍ଟସ୍ଥିତ ଶ୍ରୀରାଗମ ଚିଙ୍ଗୁଡ଼ି କାରଖାନା ଯୋଜନା ସେହିଠାରୁ ଆରମ୍ଭ ହୋଇ ବେଣ୍ଟ ଠାରେ କାର୍ଯ୍ୟକାରୀ ହୋଇଥିବା କଡା ଜବାବର ସନ୍ଦେହ ସତ୍ୟରେ ପରିଣତ ହେବାକୁ ଯାଉଛି ।

ନୟାଗଡ଼ ଅତିରିକ୍ତ ଏସ. ପି ଶ୍ରୀ ପଣ୍ଡା ଏହାକୁ ଗୁରୁତ୍ୱ ଦେଇ ଶ୍ରୀରାଗମ କୁ ଆସି ଘନ ଘନ ତଦନ୍ତ ଜାରି ରଖିବା ପରେ ୫ଜଣ ସନ୍ଦିଗ୍ଧ ଙ୍କୁ ଥାନାକୁ ଆଣି ପଚରାଉଚରା କରି ହତ୍ୟା ଜନିତ ତଥ୍ୟ ପାଇବା ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇ ଶେଷ ପର୍ଯ୍ୟାୟରେ ପହଂଚିଥିବା ଜଣାପଡିଛି। ଶ୍ରୀ ପଣ୍ଡା ଙ୍କ କଥାବାର୍ତ୍ତାରୁ ସବିଶେଷ ତଥ୍ୟ ମିଳୁ ନଥିଲେ ହେଁ,

ହତ୍ୟାକାରୀ ପୁଲିସ କବ୍ଜାକୂ ଆସିଯାଇଥିଲେ ମଧ୍ୟ ମୃତ୍ୟୁ ବରଣ କରିଥିବା ପୀଡିତଙ୍କ ଡ଼ି ଏନ ଏ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସୂଚନା ରୁ ଜଣାପଡୁଛି। ଏହି ହତ୍ୟାକାଣ୍ଡ କୁ ନେଇ ବହୁ ସନ୍ଦେହ ଓ ରହସ୍ୟ ଲୁଚି ରହି ଅଂଚଳରେ ଜୋରଦାର ଚର୍ଚ୍ଚା ହୋଇ ପୁଲିସ ତଦନ୍ତ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଥବା ବେଳେ ଅତିରିକ୍ତ ଏସପି ଶ୍ରୀ ପଣ୍ଡାଙ୍କୁ ସମସ୍ତ ଶ୍ରେୟ ଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Exit mobile version