ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ : ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ଖୋରଧା :- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ “ସୁସ୍ଥ ଓଡ଼ିଶା, ରକ୍ତହୀନତା ମୁକ୍ତ ଓଡ଼ିଶା” ଲକ୍ଷ୍ୟ ନେଇ ‘ଅମ୍ଳାନ’ (AMLAN – ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ) ଅଧୀନରେ ଟାଙ୍ଗୀସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଙ୍କ ଅଧ୍ଯକ୍ଷତା ରେ ବିଶେଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ସ୍ୱାସ୍ଥ୍ୟ ବିଭାଗର ମେଡିକାଲ ଟିମ୍‌ଙ୍କ ଦ୍ୱାରା ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରୀଙ୍କର ହେମୋଗ୍ଲୋବିନ୍ ରକ୍ତ ପରୀକ୍ଷା କରାଯାଇଥିଲା । ରକ୍ତହୀନତା (Anemia) ର ସ୍ତର ଚିହ୍ନଟ କରିବା ସହ ଛାତ୍ରୀମାନଙ୍କୁ ସୁଷମ ଆହାର ଓ ଆଇରନ୍‌ଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଓ ଟାଙ୍ଗୀ ମେଡିକାଲ ଟିମ୍ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି ।

Exit mobile version