ଦଲାଲ ଙ୍କ କବ୍ଜାରେ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ

ଜଗତସିଂହପୁର  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜନସାଧାରଣ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତି ତହସିଲ କାର୍ଯ୍ୟାଳୟ ରେ ଉପନିବନ୍ଧକ ଶାଖା କାର୍ଯ୍ୟାଳୟ ଖୋଲିଲେ l ସ୍ଥାନୀୟ ଜନତା ସହଜରେ ଜମିକିଣାବିକା କରିପାରିବେ ଏବଂ ସବୁକିଛି ଅନଲାଇନରେ କାର୍ଯ୍ୟ କରାଯିବ ଯାହାଦ୍ୱାରା ସ୍ୱଚ୍ଛତା ମଧ୍ୟରେ କାର୍ଯ୍ୟ ସମ୍ପାଦିତ ହେବ l ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବିରିଡି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ଏହାର ବ୍ୟତିକ୍ରମ ଅଟେ ଏଠାରେ ଜମିଜମା ପଞ୍ଜିକରଣ ପାଇଁ କେହି ବ୍ୟକ୍ତି ଗଲେ ଅନଲାଇନରେ ସ୍ଲଟ ବୁକିଂ କରିବାପାଇଁ ପ୍ରଥମେ 5 ହଜାର ଟଙ୍କା ଲାଞ୍ଚ ଦେବାକୁ ପଡିବ ନଚେତ 6 ମାସପରେ ଯାଇ ସ୍ଲଟ ମିଳିବ ଏଥିପାଇଁ ଲୋକମାନେ ବାଧ୍ୟହୋଇ ଲାଞ୍ଚ ଦେବାକୁ ପଡୁଛି l

ପୂର୍ବରୁ ହାତଲେଖା କବଲାରେ ଅତି ସୁରୁଖୁରୁରେ କାର୍ଯ୍ୟ ହେଉଥିଲା l ଗୋଟିଏ ଦିନରେ ସବୁକିଛି ହୋଇ ପାରୁଥିଲା l ଉକ୍ତ ନିବନ୍ଧକ ଙ୍କ କାର୍ଯ୍ୟାଳୟରେ ଶିଶିଟିଭି ଲାଗିନାହିଁ ଫଳରେ ଅଫିସ ଭିତରେ କଣ ହେଉଛି ତାହା ଜଣା ପଡ଼ୁ ନାହିଁ ଅନେକ ଦଲାଲ ଏହି ମଧ୍ୟସ୍ଥି କାର୍ଯ୍ୟ କରିବାପାଇଁ ନିବନ୍ଧକ ଙ୍କ କାର୍ଯ୍ୟାଳୟରେ ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘୁରି ବୁଲୁଥିବାର ଲକ୍ଷ୍ୟ କରାଯାଉଛି l ତଥାପି କାର୍ଯ୍ୟାନୁଷ୍ଠାନ ନାହିଁ ଏଣୁ ସାଧାରଣ ଜନତା ହନ୍ତସନ୍ତ ହେବାସାର ହେଉଛି l

ଅପର ପକ୍ଷରେ ଏଠାରେ ଇଜିମାଲି ସମ୍ପତି ରୁ ଜଣେ ଅଂଶୀଦାର ଯଦି ତାର ଅଂଶ ବିକ୍ରିକରେ ସେଥିପାଇଁ ଏହିକାର୍ଯ୍ୟାଳୟରେ 5 ହଜାର ଟଙ୍କା ଲାଞ୍ଚ ନିଆଯାଏ l ସେହିପରି 1 ଲକ୍ଷ୍ୟ ଟଙ୍କା ସରକାରୀ ଖର୍ଚରେ 5 ହଜାର ଟଙ୍କା ଲାଞ୍ଚ ନିଆଯାଏ l ଅପର ପକ୍ଷରେ ନବସିନ୍ଧା ମାନେ ମଧ୍ୟ ତାଙ୍କ ବାଟରେ ଫାଇଦା ଉଠାନ୍ତି ବୋଲି ଅଭିଯୋଗ ହେଉଛି l ଏହି କାର୍ଯ୍ୟାଳୟର ବଡ଼ବାବୁ ପ୍ରଶନ ଦାସ କୁହନ୍ତି ଏଠାରେ ସେଭଳି ହେଉନାହିଁ ବୋଲି ସଫେଇ ଦେଇଥିଲେ ତହସିଲଦାର ପ୍ରିଙ୍କିଲ ପରବିନ ପରିଡା ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

Exit mobile version