ନୟାଗଡ଼ ବୟୋଜ୍ୟେଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ ତା୧.୯(ନି.ପ୍ର)ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ବରିଷ୍ଠ ତଥା ବୟୋଜ୍ୟେଷ୍ଠ ଆଇନଜୀବୀ ସ୍ବର୍ଗତ ଜୟଦେବ ନାୟକଙ୍କ ବିୟୋଗରେ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ସମସ୍ତ ଆଇନଜୀବୀ ସମବେତ ହୋଇ ତାଙ୍କ ଅମର ଆତ୍ମା ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଶୋକସଭାରେ ସଭାପତି ଶ୍ରୀ ଦାଶଙ୍କ ସମେତ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ,କାର୍ତିକ ନାୟକ, ବିରଞ୍ଚି କୁମାର ଦାସ, ମଦନ ମୋହନ ପଣ୍ଡା, ସନ୍ତୋଷ କୁମାର ରାଉତରାୟ ପ୍ରମୁଖ ସ୍ବର୍ଗତ ନାୟକଙ୍କ ସ୍ମୃତି ଚlରଣ କରିଥିଲେ l

ଓକିଲ ସଙ୍ଘ ସମ୍ପାଦକ ସ୍ବଦେଶ ମିଶ୍ର ସ୍ମୃତିଚାରଣ କରି ସଙ୍ଘର ପରମ୍ପରା ଅନୁସାରେ ଆଇନଜୀବୀ ମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇନଥିଲେ l ସ୍ବର୍ଗତ ନାୟକ ଏସଡ଼ିଜେଏମ ଙ୍କ ଅଦାଲତରେ ସରକାରୀ ଓକିଲ ଭାବେ ୧୯୯୫-୨000 ମସିହା ପର୍ଯ୍ୟନ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିଲେ l ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ସ୍ବର୍ଗତ ଆଇନଜୀବୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା l ମୃତ୍ୟୁ ବେଳକୁ ୯୫ ବର୍ଷ ହୋଇଥିଲା l ତାଙ୍କର ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇ ସୁପୁତ୍ର ମନୋଜ କୁମାର ନାୟକ ମୁଖାଗ୍ନି ଦେଇଥିଲେ l ସାନ ପୁଅ ସମୀର କୁମାର ନାୟକ ଓକିଲାତି କରୁଛନ୍ତି l

Exit mobile version