କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ହିରୋଇନ୍ ଜବତ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ହିରୋଇନ୍ ଚୋରା ବେପାରର ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳର ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ ବାଙ୍କୀ ସବଡିଭିଜନର ବାଙ୍କୀ ଥାନା ଅନ୍ତର୍ଗତ ପଥୁରିଆପଡା ଶିବ ମନ୍ଦିର ନିକଟରେ ଅଚାନକ ଚଢ଼ାଉ କରି ପଥୁରିଆପଡାର ୫୬ ବର୍ଷ ବୟସର ଶ୍ରୀ ବିଜୟ କୁମାର ମହାପାତ୍ରଙ୍କୁ କାବୁ କରିବା ସହ ବିକ୍ରି ପାଇଁ ମହଜୁଦ ଥିବା ୪୨ ଗ୍ରାମ ହିରୋଇନ୍ ଯାହାର ଆନୁମାନିକ ମୂଲ୍ୟ ଟ.୪,୪୦,୦୦୦/ ଙ୍କା ଜବତ

କରିବା ସହ ଚୋରା ନିଶା ବେପାରୀ ଶ୍ରୀ ମହାପାତ୍ର ବିରୁଦ୍ଧରେ ଓଡ଼ିଶା ଅବକାରୀ ଆଇନ ୧୯୮୫ ର ଧାରା ୨୧ (ବି) ଅନୁଯାୟୀ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି । ମାନ୍ୟବର କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଚୋରା ନିଶା ବେପାରୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢାଉ ରେ ନିରୀକ୍ଷକ ଶ୍ରୀ ବର୍ମାଙ୍କ ସହ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗର ସହକାରୀ ନିରୀକ୍ଷକ ଶ୍ରୀମତୀ ନିରୁପମା ସାହୁ, ସହକାରୀ ଉପ-ନିରୀକ୍ଷକ ଶ୍ରୀ ହରିହର ନାୟକ, କନେଷ୍ଟବଳ ଶ୍ରୀ ଅଜୟ କୁମାର ଜେନା, ଶ୍ରୀ ଦେବବ୍ରତ ଓଝା, ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଶ୍ରୀ ଶଙ୍କର ସିଂ ଓ ମହିଳା ଅବକାରୀ କନେଷ୍ଟବଳ ଶ୍ରୀମତୀ ପ୍ରିୟତମା ରଥ ସାମିଲ୍ ଥିଲେ ।

Exit mobile version