ଚୋରି ଘଟଣାରେ ମହେନ୍ଦ୍ରା ଗାଡି ଜବତ – ୭ ଗିରଫ

କଟକ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଜଗତପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଚୋରି ଘଟଣାରେ ଜଗତପୁର ପୋଲିସ ୭ ଜଣ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିବା ସହ ଏକ ମହେନ୍ଦ୍ରା ଭେରୋ ଗାଡି ଜବତ କରିଛି। ଚୋରୀ ମାମଲାରେ ଅଭିଯୁକ୍ତମାନେ ହେଲେ ଜଗତପୁର ଥାନା ଅଞ୍ଚଳର ଲୱା ମୁର୍ମୁ , ରାବଣ ସିଂ, ଜୟନ୍ତ ନାୟକ, ଚନ୍ଦ୍ରମଣି ବେହେରା, ଅନାମା ମଲ୍ଲିକ, ଚୌଦ୍ୱାର ଥାନା ଅଞ୍ଚଳର ନବ ସେଠୀ, ମୟୁରଭଞ୍ଜ ଜିଲ୍ଲାର ବିକାଶ ନାୟକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

ଖବରରୁ ଜଣାପଡିଛି ଯେ ମହାରାଷ୍ଟ୍ର ସଞ୍ଜୟ ଶ୍ରବଣ ହେଡାଓ , ବର୍ତ୍ତମାନ କଟକର ମଙ୍ଗଳାବାଗରେ କାନାରା ବ୍ୟାଙ୍କ, ସମ୍ପତ୍ତି ପୁନରୁଦ୍ଧାର ପରିଚାଳନା ଶାଖାର ମୁଖ୍ୟ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ଗତ ମାସ ୩୦ ତାରିଖରେ, ଜଗତପୁରର ନ୍ୟୁଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ମେସର୍ସ ଜଗନ୍ନାଥ ପଲିପ୍ୟାକ୍ସ ଲିମିଟେଡ୍ ପରିସରରେ କିଛି ଦୁର୍ବୁତ୍ତମାନେ ଚୋରି କରିବା ଉଦ୍ଦେଶ୍ୟରେ କାରଖାନା ପରିସରରେ ପାଚେରୀ ଭାଙ୍ଗି କାରଖାନା ପରିସରରେ ପଶି ଅଫିସ ଚାମ୍ବରରେ ଥିବା,

ଲାପଟପ୍, ଏୟାର କଣ୍ଡିସନର, ବୈଦ୍ୟୁତିକ ଫିଟିଂ, ଯନ୍ତ୍ରପାତି ସହ ଲୁହା ସାମଗ୍ରୀ, କେବୁଲ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରି ଏକ ମହିନ୍ଦ୍ରା ଭେରୋ ଗାଡ଼ିରେ ଲଦି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଘଟଣାରେ କାରଖାନା ପକ୍ଷରୁ ଜଗତପୁର ଥାନାରେ ଏକ ଅଭିଯୋଗ କରାଯାଇଥିଲା । ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ କୋର୍ଟ ପଠାଇଛି ।

Exit mobile version