ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ

ବାଲିପାଟଣା  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜୀବନକୁ ଆନନ୍ଦମୟ କରିବା ପାଇଁ ପରମ ପବିତ୍ର ଭଗବତ ଗୀତାରେ ପଥ ପ୍ରଦର୍ଶନ କରାଯାଇଛି। ଗୀତାର ଉଚ୍ଚାରଣ ଦ୍ୱାରା ମନୁଷ୍ୟର ପ୍ରତ୍ୟେକ ଆଚରଣରେ ପରିବର୍ତନ ହୁଏ। ଆଜି ବଲିପାଟଣା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ପରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ବକ୍ତାମାନେ ଏହି ମତ ପ୍ରଦାନ କରିଛନ୍ତି ।

ବାଗଦେବୀ ବିଦ୍ୟାମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ପ୍ରଜ୍ଞାନ ମିଶନ ତରଫରୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ।ସେମାନେ ଗୀତାର ଷଷ୍ଠ ଅଧ୍ୟାୟ ଆବୃତ୍ତି କରିବା ପରେ ଶ୍ରେଷ୍ଠ ୯ଜଣଙ୍କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଦିଲ୍ଲୀପ କୁମାର ଓଝା, ବାବା ରାମ ନାରାୟଣ ଶତପଥୀ, ବିକାଶ ଓଝା, ଅଧକ୍ଷା ପବିତ୍ରା ଦାସ, ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଘନାଶ୍ୟାମ ଭୋଳ, ପ୍ରମୁଖଙ୍କ ସହିତ ବହୁ ସଂଖ୍ୟାରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Exit mobile version