ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ

ଓଡ଼ିଆ ଅସ୍ମିତାରେ ଉତ୍କଳ ସାହିତ୍ୟ ସମାଜର ଅବଦାନ ଅତୁଳନୀୟ l

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଉତ୍କଳ ସାହିତ୍ୟ ସମାଜ, ନୟାଗଡ ଶାଖାର ଅଷ୍ଟମ ବର୍ଷିକୋତ୍ସବ ଆଜି 10 ଘଣ୍ଟା ସମୟରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି l ସକାଳ 9 ଟା ରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ପ୍ରଥମ, ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ନୟାଗଡ଼ର ରୁଦ୍ର ମାଧବ ସାହୁ ଦ୍ୱିତୀୟ, ଆରୁନ ଆୟୁଷ୍ମାନ ସାହୁ ଓ ବିଷ୍ନୁପ୍ରିୟା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଅତିଥି ମାନେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ କବି, ପ୍ରlବନ୍ଧିକ ଓ ପ୍ରବାଚକ ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ “ଅଞ୍ଜନା” ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର ଓ ଗାଳ୍ପିକ ହାଡିବନ୍ଧୁ ମହାକୁଡ଼ ଯୋଗ ଦେଇଥିଲେ l ଅତିଥି ମାନେ ଉତ୍କଳ ସାହିତ୍ୟ ସମାଜର ଉନ୍ମେଷ ଓ ବିକାଶ ଏବଂ ଏହା କିପରି ଓଡ଼ିଆ ସାହିତ୍ୟକୁ ବିକଶିତ କରିବାରେ ସହାୟକ ହେଉଛି ସେ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l

ଏହି ଅବସରରେ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା l କବିତା ଗୁଡିକୁ ଅଧ୍ୟାପିକା ନୀଳିମା ନନ୍ଦ, ଲୁଣ୍ଡୁ ତ୍ରିପାଠୀ ଓ ବଂଶୀଧର ମହାପାତ୍ର ସଂଯୋଜନା କରିଥିଲେ l ସାହିତ୍ୟ କ୍ଷେତ୍ରରେ କିଛି ଉଲ୍ଲେଖନୀୟ ବ୍ୟକ୍ତିତ୍ୱଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ବରିଷ୍ଠ ଶିଶୁକବି ବସିରନ ବିବି ଏଥିରେ ସଭାପତିତ୍ୱ କରିଥିବା ବେଳେ, ଉତ୍କଳ ସାହିତ୍ୟ ସମାଜ, ନୟାଗଡ ଶାଖାର ଆବାହକ ଡ଼. ନିର୍ମଳ ଚନ୍ଦ୍ର ସୁରଦେଓ ଏହାକୁ ପରିଚାଳନା କରିଥିଲେ l

Exit mobile version