ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ 

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିବା ସହ ଭୁବନେଶ୍ୱରରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ନିମନ୍ତେ ମାର୍ଗ ଦର୍ଶନ କରିଥିଲେ । ଆଗାମୀ ସେପ୍ଟେମ୍ବର ୯ ତାରିଖ ଦିନ ଖଣି ସଂଶୋଧନ ବିଲ୍ ବିରୋଧରେ ହେବାକୁ ଥିବା ଜନ ଆକ୍ରୋଶ ସମାବେଶକୁ ସଫଳ କରିବା ନିମନ୍ତେ ରାଜ୍ୟ ସଭାପତି ଏହି ବୈଠକରେ ନେତୃବୃନ୍ଦଙ୍କୁ ଆହ୍ଵାନ ଦେଇଥିଲେ ।

ଏହି ସାଙ୍ଗଠନିକ ବୈଠକରେ ଭୁବନେଶ୍ୱର ଦାୟିତ୍ଵରେ ଥିବା ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍ , ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡ଼ରେ କିଭଳି ଭାବରେ ଦଳ ଶକ୍ତିଶାଳୀ ହେବା ସହ ମଜବୁତିର ସହିତ ସଂଗଠନ ନିର୍ମାଣ କାର୍ଯ୍ୟ ତ୍ୱରିତ ସମୟ ମଧ୍ୟରେ ସମ୍ପନ୍ନ କରାଯାଇପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଉକ୍ତ ବୈଠକରେ ପ୍ରତ୍ୟେକ ୱାର୍ଡ଼ରୁ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କୁ ଚିହ୍ନଟ କରାଯାଇ ଅଗଷ୍ଟ ଏକତିରିଶ ତାରିଖଠାରୁ ପ୍ରତି ୱାର୍ଡ଼ରେ ନୂଆ ସଦସ୍ୟ ଯୋଡାଯିବା ସହ ୱାର୍ଡ କମିଟି ଗଠନ କରାଯାଇ ସଂଗଠନକୁ ମଜୁବୁତ କରାଯିବ ସେ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମି ଦିନରେ କିଭଳି ଭାବେ ସମସ୍ତ ୬୭ଟି ୱାର୍ଡ଼ରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜୁବୁତ୍ କରାଯିବା ସହିତ ନିର୍ବାଚନ ମଇଦାନରେ ପ୍ରାର୍ଥୀ ଦିଆଯିବ ସେ ସମ୍ପର୍କରେ ମଧ୍ୟ ବିଶଦ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଭୁବନେଶ୍ୱର ସାଙ୍ଗଠନ ଜିଲ୍ଲାର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା, ଓ ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ ।

Exit mobile version