ସାମ୍ବାଦିକ ମଳୟ ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖାଙ୍କ ଅକାଳ ବିୟୋଗ

କୋରାଇ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କୋରାଇର ବରିଷ୍ଠ ସାମ୍ବାଦିକ ମଳୟ କୁମାର ମଲ୍ଲିକଙ୍କ ପତ୍ନୀ ରଶ୍ମିରେଖା (୪୪) ଙ୍କ ଶନିବାର ରାତି ୨ଟା ସମୟରେ ପରଲୋକ ଘଟିଛି l ସେ ଅସୁସ୍ଥ ହୋଇ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ l ସେ ଜଣେ ସମ୍ବାଦିକା ଭାବେ ସ୍ଥାନୀୟ ଅଂଚଳରେ ବେଶ ଜଣାଶୁଣା ଥିଲେ l ଶବାଧାର ନିକଟରେ ସ୍ୱାମୀ ମଳୟ, ଦେଢଶୁର ଅକ୍ଷୟ,

ଅଜୟ, ସଞ୍ଜୟ, ପ୍ରଶାନ୍ତ, ସୁଶାନ୍ତ, ନଣନ୍ଦ/ନଣନ୍ଦେଇ, ପୁତୁରା/ଝିଆରି ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ l ପୁରୀ ସ୍ୱର୍ଗ ଦ୍ୱାର ନେଇ ସତ୍କାର କରାଯାଇଥିଲା l ଏକମାତ୍ର ପୁତ୍ର ମନିସ ମୁଖାଗ୍ନି ଦେଇଛନ୍ତି l ତାଙ୍କ ବିୟୋଗ ରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଅଶୋକ ଦାସ ଫାଉଣ୍ଡେସନ ସଚିବ ତଥା ବିଜେଡି ନେତା ଭବ ପ୍ରସାଦ ଦାସ,କୋରେଇ ବ୍ଲକ କଂଗ୍ରେସ କମିଟି ସଭାପତି ହରେକୃଷ୍ଣ ସାହୁ,

ବ୍ୟାସନଗର ପୂର୍ବତନ ପୋୖରାଧ୍ୟକ୍ଷା ବନ୍ଦିତା ପରିଡା, ଓଡିଶା ଜନତା କଂଗ୍ରେସ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ପୂର୍ବତନ କୋରେଇ ବ୍ଲକ ଅଧ୍ୟକ୍ଷା ଅପର୍ଣ୍ଣା ମହାନ୍ତି, ବରିଷ୍ଠ ସାମ୍ବାଦିକ ଅଭୟ କୁମାର ପତି, ସରପଞ୍ଚ ରାଜେନ୍ଦ୍ର କୁମାର ରାଉତ ରାୟ ଙ୍କ ସମେତ କୋରେଇ ପ୍ରେସ କ୍ଲବ, ବ୍ୟାସନଗର ର ବିଭିନ୍ନ ସାମ୍ବାଦିକ ସଂଗଠନ, କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ପରିବାର କୁ ସମବେଦନା ଜଣାଇଛନ୍ତି l

Exit mobile version