ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଖୋରଧା (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ଜଟଣୀ  :- ମହାନ ଭାରତୀୟ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ କ୍ରୀଡ଼ା ସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହର ସହ ପାଳନ କରାଯାଇଛି  l ରେଳ କର୍ମଚାରୀ, ସେମାନଙ୍କ ପରିବାର ବର୍ଗ ଏବଂ ଯୁବ କ୍ରୀଡ଼ାପ୍ରେମୀ ମାନଙ୍କ ମଧ୍ୟରେ କ୍ରୀଡ଼ା, ଶାରୀରିକ ସୁସ୍ଥତା,ଶୃଙ୍ଖଳା ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ବୃଦ୍ଧି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଅବସରରେ କ୍ରିକେଟ୍, ଟେବୁଲ୍ ଟେନିସ୍, ବ୍ୟାଡମିଣ୍ଟନ୍, ଭଲିବଲ୍ ଏବଂ ଶାରୀରିକ ବ୍ୟାୟାମ ସମେତ ବିଭିନ୍ନ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରେଳ କର୍ମଚାରୀ, କ୍ରୀଡ଼ାବିତ୍, ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଏବଂ ରେଳ ପରିବାରର ସଦସ୍ୟମାନେ ଏଥିରେ ସକ୍ରିୟ ଓ ଉତ୍ସାହପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ମନୋଭାବ, ଦଳଗତ ଏକତା, ସହଯୋଗ ଓ ସୁସ୍ଥ ପ୍ରତିଯୋଗିତାର ଭାବନାକୁ ପ୍ରୋତ୍ସାହନ ଦିଆଯାଇଥିଲ । ଏଥିସହ ନିୟମିତ ଶାରୀରିକ ବ୍ୟାୟାମ ଓ ଶାରୀରିକ ସୁସ୍ଥତାର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲ ।

ଏହି ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଅସାଧାରଣ କ୍ରୀଡ଼ା ପ୍ରତିଭା, ଶୃଙ୍ଖଳା ଓ ଭାରତୀୟ ହକି ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲ । ତାଙ୍କର ଗୌରବମୟ କ୍ରୀଡ଼ା ଜୀବନ ଦେଶର ଅନେକ ପିଢ଼ିର କ୍ରୀଡ଼ାବିତ୍‌ଙ୍କ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିଛି । ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ କ୍ରୀଡ଼ା ସଂଘ ରେଳ ପରିବାର ମଧ୍ୟରେ ଏକ ସୁଦୃଢ଼ କ୍ରୀଡ଼ା ସଂସ୍କୃତିର ବିକାଶ, ଶାରୀରିକ ସୁସ୍ଥତାର ପ୍ରସାର ଏବଂ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତିଭାର ବିକାଶ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିଛି ।

Exit mobile version