ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ରକ୍ଷା ବନ୍ଧନ ଅବସରରେ ଆଜି ନବୀନ ନିବାସ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବାକୁ ବିଶେଷ ଭିଡ଼ ହୋଇଥିଲା । କୁନି କୁନି ଝିଅ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ର ସଭ୍ୟ ମାନେ ସମବେତ ହୋଇଥିଲେ ।

ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ବ୍ରହ୍ମକୁମାରୀ ମାନେ ଗାଇଡ଼ସ ର ଛାତ୍ରୀ ମାନେ, ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଓ ଗୁରୁଜୀ ମାନେ ଓ ବିରୋଧୀଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,

ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ବିରୋଧୀଦଳ ନେତା ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଗ୍ରହଣ କରି ସବୁ ଭେଦ ଭାବ ଭୁଲି ଆମର ସାମାଜିକ ଓ ସାଂସ୍କୃତିକ ବନ୍ଧନ କୁ ସୁଦୃଢ କରିବାକୁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Exit mobile version