ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା

ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ସମ୍ପର୍କ-ସହଯୋଗ ଓ ସହଭାଗୀତା କୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ ଙ୍କ ଜନ୍ମ ତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଚଳିତ ମାସ ୨୯ ତାରିଖ ଶନିବାର‌ ଦିନ ଅପରାହ୍ନ ୨.୩୦ ମିନଟ୍ ସମୟରେ ଆୟୋଜିତ ହେବ l

ଏହି ପ୍ରତିଯୋଗୀତାରେ ପ୍ରଶାସନ, ଜନ ପ୍ରତିନିଧି ଗଣମାଧ୍ୟମ, ବେସରକାରୀ ସଂଗଠନ ଓ ଅଞ୍ଚଳର ବରିଷ୍ଠ ଫୁଟବଲ ଦଳ ଅଂଶଗ୍ରହଣ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ନିମନ୍ତ୍ରିତ ଦଳ ଗୁଡ଼ିକ ନିଜ ବ୍ୟବସ୍ଥାରେ ଫୁଟ୍‌ବଲ୍‌ ଗଣବେଶରେ ପ୍ରସ୍ତୁତ ହୋଇ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି। ଏଣୁ ଚଳିତ ବର୍ଷର ଜାତୀୟ କ୍ରୀଡ଼ାଦିବସ ପାଳନକୁ ସ୍ମରଣୀୟ କରି ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିବା ପାଇଁ ଅନୁରୋଧ କରାଯାଇଛି ।

Exit mobile version