ଦଳିତ ଝିଅ ମନୀଷା ବାଲ୍ମୀକିର ବଳାକ୍ତାରିକୁ ତୁରନ୍ତ ଫାସି ସହ ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦାବୀ ନେଇ ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚର ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ଗଞ୍ଜାମ :-  ଉତ୍ତରପ୍ରଦେଶର ହାଥରସରେ ଦଳିତ ଝିଅ ମନୀଷା ବାଲ୍ମୀକିଙ୍କୁ ଗଣବଳାକ୍ତାର କରି ହତ୍ୟା କରିଦିଆଯାଇଛି ଏହାର ମୃତ୍ୟୁରେ ସମଗ୍ର ଦେଶ କ୍ରୋଧିତ ଓ ଆନ୍ଦୋଳିତ ହୋଇଛି । ଏହି ଦଳିତ ଝିଅଙ୍କୁ ବଳାକ୍ତାର କରି ତାଙ୍କ ଝିଭକୁ କାଟି ଦେଇ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତ ବିକ୍ଷତ କରଯାଇଥିଲା ଯାହା ଦ୍ଵାରା ତାଙ୍କର ଦିଲ୍ଲୀର ହସ୍ପିଟାଲରେ ତଳଦିନେ ମୃତ୍ୟ ହୋଇଥିଲା ସବୁଠୁ ଦୂଃଖର ଓ ଲଜ୍ଜ୍ୟାର ବିଷୟ ତାଙ୍କ ଶବକୁ ପରିବାରଙ୍କୁ ଦିଆଯାଇନଥିଲା ଉତ୍ତରପ୍ରଦେଶ ପୁଲିସ ନିଜେ ଶବ ସକ୍ତାର କରିଥିଲା ବର୍ତ୍ତମାନ ଏହି ସରକାର ତଥ୍ୟକୁ ଲୁଚାଇବାକୁ ଚେଷ୍ଠା କରୁଛି ବଳାକ୍ତାର ମାମଲାକୁ ଦବାଇବା ପାଇଁ ଷଡଯନ୍ତ୍ର ରଚୁଛି ଏହାର ପ୍ରତିବାଦକୁ ନେଇ ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ତରଫରୁ ବ୍ରହ୍ମପୁରର ଗାନ୍ଧୀନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ବିରୋଧ ପ୍ରଦର୍ଶନ କରଯାଇଥିଲା ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ଯାହା ଏକ ବିଭିନ୍ନ ବହୁଜନ ସମାଜର ସାମୁହିକ ମଞ୍ଚ ସାମିଲ ଅଛନ୍ତି ଏହି ବିରୋଧ ପ୍ରଦର୍ଶନରେ ମନୀଷା ବାଲ୍ମୀକିଙ୍କ ବଳାକ୍ତାରିକୁ ଫାସି ଦିଆଯାଉ ଯାହା ସୁପ୍ରୀମ କୋର୍ଟ ନଜରରେ ସ୍ଵତନ୍ତ୍ର ତଦନ୍ତ କରି କରାଯାଉ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ

ଚାକିରୀ ଓ ପାଠପଡା ଖର୍ଚ୍ଚ ଉତ୍ତରପ୍ରଦେଶ ସରକାର ବହନ କରି ନ୍ୟାୟ ଦିଆଯାଉ ଯେଉଁଭଳି ଭାବରେ ସାରା ଦେଶରେ ଦଳିତ, ଆଦିବାସୀ ଓ ସମସ୍ତ ବହୁଜନ ସମାଜର ନାରୀଙ୍କ ଉପରେ ବଳାକ୍ତାର ଓ ଧର୍ଷଣ ବଡିଚାଲିଛି ଏଥି ପାଇଁ କେନ୍ଦ୍ରର ମୋଦୀ ସରକାର ହିଁ ଦାୟୀ ଏହି ସରକାର ଖାଲି ନିର୍ବାଚନରେ ଦଳିତ ପ୍ରେମ ଦେଖାଇ ପରେ ଅତ୍ୟାଚାରୀଙ୍କ ଉପରେ ଶକ୍ତ କାର୍ଯ୍ୟକାରୀ ନକରି ସେମାନଙ୍କ ଫୁଲମାଳ ସହ ସ୍ଵାଗତ କରି ନିଜର ମହିଳା ବିରୋଧୀ ମାନସିକତାକୁ ପର୍ଦାଫାସ କରିଛି ଏହି ବିରୋଧ ପ୍ରଦର୍ଶନରେ ଦେଶରେ ବଢୁଥିବା ମହିଳାଙ୍କ ଉପରେ ଅତ୍ୟାଚାର,ବଳାକ୍ତାର ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦିଆଯାଉ ବୋଲି ଦାବୀ ହୋଇଥିଲା ଏହି ବିରୋଧ ପ୍ରତିବାଦରେ ମଧୁସୁଦନ, ଅବନୀ ଗୟା, ଭୋକଲି ସେଠୀ, ଦେବେନ୍ଦ୍ର ଘଡେଇ ,ଚିନ୍ତାମଣି ନାୟକ, କାମଦେବ ନାହକ, ସାଜିଦ ହୁସେନ, ରଞ୍ଜିତ ନାୟକ, ସୁଧୀର ଦାସ, ସନ୍ଦେଶ ଦାସ, ରହିତ ନାୟକ, ଶିବରାମ ସାହୁ , ବିଶ୍ଵ ଚନ୍ଦ୍ର ମାଧେଇ, ଗଗନ ମଲ୍ଲିକ, ଉମା ଦାସ ,ଜଗା ହାତୀ,D ପାତ୍ର ସମେତ ଅନେକ ନେତୃତ୍ଵବୃନ୍ଦ ଉପସ୍ଥିତ ଥିଲେ  (ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version