ପବିତ୍ର ରକ୍ଷାବନ୍ଧନ ଉତ୍ସବ

ନୟାଗଡ଼ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଇଟାମାଟି ଶାଖା କେନ୍ଦ୍ର ତରଫରୁ ବରଦାନୀ ଭବନ ଠାରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଅଛି । ସଞ୍ଚାଳିକା ରାଜଯୋଗିନୀ ସସ୍ମିତା ଭଉଣୀ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କ ହସ୍ତରେ ରାକ୍ଷୀ ବାନ୍ଧିବା ସହିତ ରକ୍ଷାବନ୍ଧନ ପ୍ରଭାବରେ ସମାଜରେ ଭାତୃପ୍ରେମ ଜାଗ୍ରତ କରି ସୁସ୍ଥ ସମାଜ ଗଢିବାରେ ସହାୟକ ହେଉଥିବା କଥା ବୁଝାଇଥିଲେ । ଏହି ଉତ୍ସବରେ ଇଟାମାଟି ଆଖପାଖ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ମହିଳା ଯୋଗଦାନ କରିଥିଲେ ।

ବିଶିଷ୍ଟ ସମାଜସେବୀ ଭାଗିରଥି ବାଈ ଓ ଜଗନ୍ନାଥ ଦାସ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଡ: ରଙ୍ଗନାଥ ବେହେରା, ଡ଼ା: ରାଜକିଶୋର ବରାଡ଼ ,ସଚ୍ଚିଦାନନ୍ଦ ସାଥୁଆ,କିଶୋର ଚନ୍ଦ୍ର ସାହୁ,ଭୁବନେଶ୍ୱର ପରିଡ଼ା, ଉମେଶ ଚନ୍ଦ୍ର ପଟ୍ଟନାୟକ,ମାଗୁଣି ଚରଣ ଖଣ୍ଡା,ରାଜକିଶୋର ସାହୁ,ମୁରଲୀଧର ବେହେରା, କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ମହେଶ୍ୱର ଜେନା ଓଗେର ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଶ୍ରମ ତରଫରୁ ଅନ୍ତର୍ଯ୍ୟାମୀ ଭାଇ, ଅମୂଲ୍ୟ ଭାଇ ଏବଂ ଭଉଣୀ ବିଷ୍ଣୁପ୍ରିୟା,ବବିନା ଓ ଲକ୍ଷ୍ମୀ ଓଗେର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପରିଶେଷରେ ସମସ୍ତ ଙ୍କୁ ମିଷ୍ଟାନ୍ନ ଭୋଜନ ରେ ଆପ୍ୟାୟିତ କରାଯାଇଥିଲା ।

Exit mobile version