ନୟାଗଡ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଜିଲ୍ଳା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟିର ବୈଠକ କେ.ସି କ୍ଲବ ସଭାଗୃହରେ ବୁଧବାର ସନ୍ଧ୍ୟାରେ ସଭାପତି ଭାଗିରଥୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ୨,୩, ୪ତାରିଖ ତିନିଦିନ ବ୍ୟାପୀ ଅଲ ଓଡ଼ିଶା ଓପନ୍ ସ୍କୁଲ ଚେସ ଟୁର୍ଣ୍ଣାମେଣ୍ଟ ଜିଲ୍ଳା ଚେସ ଆସୋସିଏସନ୍ ଏବଂ କେ.ସି କ୍ଳବର ମିଳିତ ଆନୁକୁଲ୍ୟର ଆୟୋଜିତ ହେବ |
