ବାଣପୁରରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ବାଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁର ତରଫରୁ ଗୁରୁବାର ଦିନ ବାଣପୁର ଦିବ୍ୟଜ୍ୟୋତି ଭବନ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଙ୍ଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ବ୍ରହ୍ମକୁମାରୀ ଭଉଣୀମାନେ ମୁଖ୍ୟ ଅତିଥି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁଙ୍କୁ ରକ୍ଷାବନ୍ଧନର ଐତିହାସିକ ପରମ୍ପରା ସହିତ ଏହାର ଆଧ୍ୟାତ୍ମିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ବିଶ୍ୱାସ ଓ ପରସ୍ପର ସୁରକ୍ଷାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ସମାଜରେ ଭାଇଚାରା,

ଶାନ୍ତି ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଏହି ପବିତ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ବଡ଼ ଭଉଣୀ ସୁଜାତା, ମୁଖ୍ୟ ସଞ୍ଚାଳିକା, ପରିଚାଳନା କରିଥିଲେ । ଏଥିରେ ବାଣପୁର ନଗରର ବିଭିନ୍ନ ୱାର୍ଡର କାଉନସିଲର ଓ ସମାଜସେବୀମାନେ ଅତିଥି ଭାବେ ଯୋଗଦେଇ ରକ୍ଷାବନ୍ଧନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।

Exit mobile version