ଇଣ୍ଡିଆ ବ୍ଲକ ପକ୍ଷରୁ କଟକରେ ପ୍ରତିରୋଧ ଦିବସ ଓ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଠାରେ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ ) ସଂଶୋଧନ ଆଇନ – ୨୦୨୬ କୁ ରଦ୍ଦ କରିବା ଦାବିରେ ଓଡିଶାର ଇଣ୍ଡିଆ ବ୍ଲକର ସହଯୋଗୀ ଦଳମାନଙ୍କ ପକ୍ଷରୁ ପ୍ରତିରୋଧ ଦିବସ ପାଳନ କରିବା ଓ ମାଟିର ନ ହୋଇ ପାର୍ଟିର ହୋଇଥିବା ବିଜେପି ର ସାଂସଦ ମାନଙ୍କର କୁଶପୁତ୍ତଳିକା ଦାହ ଡାକରାରେ ଶୋଭାଯାତ୍ରା, ବିରାଟ ସଭା ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କଂଗ୍ରେସର କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଦାସ, କୃଷକ ସେଲ୍ ର ଜିଲ୍ଲା ମୁଖ୍ୟ ଶ୍ରୀ ନିମାଇଁ ରାଉତରାୟ, ଅନୁସୂଚିତ ଜାତି ସେଲ୍ ର ଶ୍ରୀ ପ୍ରତାପ ମଲ୍ଲିକ,ସଂଖ୍ୟା ଲଘୁ ସେଲ ମୁଖ୍ୟ ସେକ ଜାଫର, କଂଗ୍ରେସ ନେତା ଶ୍ରୀ ବିଶ୍ୱଜିତ ଦାସ, ସେକ ଅବଦୁଲ ସଲିମ,, ସି. ପି. ଆଇ ((ଏମ ), ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା କଟକ ଜିଲ୍ଲା ସମ୍ପାଦକ ଶ୍ରୀ ବଦ୍ରି ନାରାୟଣ ଦାଶ, ଶ୍ରୀ ପ୍ରତାପ ମହାପାତ୍ର, ଶ୍ରୀ ବିଷ୍ଣୁ ବେହେରା, ଶ୍ରୀ ମନମୋହନ ପତି, ସି .ପି. ଆଇ ନେତା ଶ୍ରୀ ପ୍ରସନ୍ନ ମହାପାତ୍ର, ଶ୍ରୀ ଅଶୋକ ତା,

ଶ୍ରୀ ଅମରେନ୍ଦୁ ମହାନ୍ତି, ଶ୍ରୀ ସୁଶାନ୍ତ ମହାପାତ୍ର ପ୍ରମୁଖ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ଶୋଭାଯାତ୍ରା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ଶ୍ରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବରିଷ୍ଠ ସି. ପି. ଆଇ (ଏମ ) ନେତା ଶ୍ରୀ ରବିନାରାୟଣ ମଲ୍ଲିକ, ୧୯୫୭, ୧୯୭୪ଓ ୨୦୨୪ର ସୁପ୍ରିମ କୋର୍ଟ ରାୟ ଗୁଡିକ, ସାମ୍ବିଧାନିକ ଵିଧି ବ୍ୟବସ୍ଥା, ସଂଘୀୟ ବ୍ୟବସ୍ଥା ଇତ୍ୟାଦି ର ତର୍ଜମା କରି ୨୦୨୪ମସିହା ଜୁନ ମାସରେ ସୁପ୍ରିମ କୋର୍ଟ ଙ୍କ ରାଜ୍ୟ ସର୍ବୋ୍କୃଷ୍ଟ ଥିଲା ବୋଲି ମନ୍ତବ୍ୟ ଦେଇଥିଲେ।

କଂଗ୍ରେସ ନେତା ଶ୍ରୀ ବିଶ୍ୱଜିତ ଦାସ, କଂଗ୍ରେସ ମିଡ଼ିଆ ସେଲ ମୁଖ୍ୟ ଶ୍ରୀ ବିଶ୍ୱଜିତ ମହାନ୍ତି, ସି. ପି. ଆଇ. ର ବରିଷ୍ଠ ନେତା ଶ୍ରୀ କିଶୋର ଜେନା ପ୍ରମୁଖ ବକ୍ତବ୍ୟ ରଖି ଏମ .ଏମ. ଡି .ଆର -୨୦୨୬ କୁ ରଦ୍ଦ କରିବାକୁ ଦାବୀ କରିବା ସହ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଓଡିଶା ବାସୀ ଏହି ଓଡିଶା ବିରୋଧୀ ଆଇନ କୁ ରଦ୍ଦ କରିବା ସଂଗ୍ରାମ କୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ।ଇଣ୍ଡିଆ ବ୍ଲକ ର ଏକ ୧୨ଜଣିଆ ପ୍ରତିନିଧି ମଣ୍ଡଳୀ ମାନନୀୟ ଜିଲାପାଳ, କଟକ ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଶେଷରେ ମାଟିର ନହୋଇ ପାର୍ଟି ର ହୋଇଥିବା ବି.ଜେ.ପି ସାଂସଦ ମାନଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ଦାବୀ ଗୁଡିକ ମଧ୍ୟରେ . ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ ଏହାର ବର୍ତ୍ତମାନ ରୂପରେ ରଦ୍ଦ କରିବା । ୨୦୨୪ ମସିହାରେ ସୁପ୍ରିମକୋର୍ଟର ୯ ଜଣିଆ ସଂବିଧାନ ବେଞ୍ଚ ପ୍ରଦାନ କରିଥିବା ଐତିହାସିକ ରାୟର ମୂଳ ନୀତିଗୁଡ଼ିକୁ ସମ୍ପୂର୍ଣ୍ଣ ସମ୍ମାନ ଦିଆଯିବା ଏବଂ ତାହାର ପ୍ରଭାବକୁ ନିଷ୍ପ୍ରଭ କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନ କରିବା ଏବଂ

ସେହି ରାୟକୁ କାର୍ଯ୍ୟକାରୀ କରିବା ସଂବିଧାନର ସପ୍ତମ ଅନୁସୂଚୀର ରାଜ୍ୟ ତାଲିକାର ୪୯ ଓ ୫୦ ନମ୍ବର ପ୍ରବେଶିକା ଅଧୀନରେ ରାଜ୍ୟମାନଙ୍କର ଟିକସ କର ଲାଗୁ କରିବାର ସାମ୍ବିଧାନିକ କ୍ଷମତାକୁ ସୁରକ୍ଷିତ ରଖିବା।. ରାଜ୍ୟମାନେ ପୂର୍ବରୁ ଆଇନ ଅନୁଯାୟୀ ସୃଷ୍ଟି କରିଥିବା ବକେୟା ଖଣିଜ ଟିକସ କର, ଉପକର ଓ ଅନ୍ୟାନ୍ୟ ରାଜସ୍ୱ ଦାବିକୁ କୌଣସି ପ୍ରକାରେ ନଷ୍ଟ କିମ୍ବା ଅବୈଧ ନ କରାଯିବା।. ଓଡ଼ିଶା ସମେତ ସମସ୍ତ ଖଣିଜ ସମୃଦ୍ଧ ରାଜ୍ୟର ସମ୍ଭାବ୍ୟ ରାଜସ୍ୱ କ୍ଷତିର ସ୍ୱାଧୀନ ଆର୍ଥିକ ଓ ସାମ୍ବିଧାନିକ ମୂଲ୍ୟାୟନ କରିବା.

ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ଭାବ୍ୟ ବକେୟା ରାଜସ୍ୱ ସମ୍ପର୍କିତ ଦାବିକୁ ରାଜ୍ୟର ବୈଧ ଅଧିକାର ଭାବେ ସୁରକ୍ଷିତ ରଖୂବା. ପଞ୍ଚମ ଅନୁସୂଚୀ, ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ ଏବଂ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅଧୀନରେ ଆଦିବାସୀ, ଗ୍ରାମସଭା ଓ ଜଙ୍ଗଲବାସୀ ସମୁଦାୟର ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା. ଖଣିଜ ସମ୍ପଦର ଅନୁମତି, ପରିଚାଳନା ଓ ରାଜସ୍ୱ ବଣ୍ଟନ ସମ୍ପର୍କିତ ନିଷ୍ପତ୍ତିରେ ସମ୍ପୃକ୍ତ ରାଜ୍ୟ ସରକାର ଓ ଖଣି ପ୍ରଭାବିତ ଲୋକଙ୍କର ଯଥୋଚିତ ଏବଂ ନିର୍ଣ୍ଣାୟକ ଭୂମିକା ସୁନିଶ୍ଚିତ କରାଯାଉ।

ସଂବିଧାନର ଅନୁଚ୍ଛେଦ ୩୯(ଖ)ର ମୂଳ ନୀତି ଅନୁଯାୟୀ ଖଣିଜ ସମ୍ପଦର ବ୍ୟବହାର ସାଧାରଣ କଲ୍ୟାଣକୁ ପ୍ରାଥମିକତା ଦେଇ କରାଯାଉ ଏବଂ କେବଳ କର୍ପୋରେଟ୍ ଲୁଣ୍ଠନ ଓ କେନ୍ଦ୍ରୀକରଣକୁ ଲକ୍ଷ୍ୟ କରି ନୀତି ନିର୍ଦ୍ଧାରଣ କରିବା ବନ୍ଦ କରିବା।୧୧. ଖଣି ପ୍ରଭାବିତ ଅଞ୍ଚଳରେ ପୁନର୍ବାସ,ଥଇଥାନ, ପୁନଃସ୍ଥାପନ, ପରିବେଶ ପୁନରୁଦ୍ଧାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁରକ୍ଷା ପାଇଁ ଖଣିଜ ରାଜସ୍ୱର ନ୍ୟାୟସଙ୍ଗତ ଅଂଶ ସୁନିଶ୍ଚିତ କରିବା।୧୨.

ରାଜ୍ୟମାନଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ଓ ସହମତି ବିନା ଖଣିଜ କ୍ଷେତ୍ରରେ ଅତିରିକ୍ତ କେନ୍ଦ୍ରୀକରଣ କରାଯିବା ବନ୍ଦ କରିବା ଏବଂ ସହଯୋଗୀ ସଂଘୀୟତାର ନୀତିକୁ ସମ୍ମାନ କରିବା ଇତ୍ୟାଦି ଦାବୀ ଅନ୍ତର୍ଭୁକ୍ତ। ସର୍ବଶ୍ରୀ ଶ୍ରୀ ନଳିନୀ ଉଦଗାତା, ଶ୍ରୀ ରାମଚନ୍ଦ୍ର ଗୋଛାୟତ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ସଂଗ୍ରାମ ପାତ୍ର, ଶ୍ରୀ ଚନ୍ଦ୍ର ମୋହନ ମାଝୀ, ଶ୍ରୀ ରମେଶ ବେହେରା, ଶ୍ରୀ ପ୍ରିୟବ୍ରତ ଦାଶ, ଶ୍ରୀ ବିଶ୍ୱରଂଜନ ଜେଠି, ଶ୍ରୀ ସୁକାନ୍ତ ନନ୍ଦ, ଶ୍ରୀ ଡମ୍ବରୁ ଧର ସାହୁ, ଶ୍ରୀ ଭାଗ୍ୟଧର ନାୟକ, ଶ୍ରୀ ବିପିନ ବିହାରୀ ପଶାୟତ,ଓ ଶ୍ରୀ ନାରାୟଣ ଦ୍ବିବେଦୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Exit mobile version