କଟକ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କଟକ ମହାନଗର ନିଗମ ଅନ୍ତର୍ଗତ ୩୩ ନମ୍ବର ୱାର୍ଡ ଶଙ୍କରପୁର ଅଞ୍ଚଳର ପୂର୍ବତନ କର୍ପୋରେଟର କବିୟିତ୍ରୀ ବାସନ୍ତୀ ପ୍ରଧାନ ଙ୍କର ୭୮ ବର୍ଷ ବୟସରେ ଆକସ୍ମିକ ଦେହାନ୍ତ ହୋଇଛି । ସେ ଜଣେ ପରୋପକାରୀ ଏବଂ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶ୍ରୀମତୀ ପ୍ରଧାନ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ ।

