ବିରିଡି ଅଞ୍ଚଳରେ ମିଲ୍ଲାଦ ଉନ ନବୀ ପାଳିତ

ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ଅଂଚଳରେ ମିଲ୍ଲାଦ ଉନ ନବୀ ବାଡ଼ ଆଡମ୍ବର ସହକାରେ ବୁଧବାର ପାଳିତ ହୋଇଯାଇଛି l 1501 ତମ ମିଲ୍ଲାଦ ଉନ ନବୀ ପାଳନ ଅବସରରେ ବିରିଡି ବ୍ଲକର ସମସ୍ତ ମୁସଲମାନ ଭାଇ ଓ ଭଉଣୀ ମାନେ ନିଜ ନିଜ ମସଜିଦ ରେ ନମାଜ ପାଠ କରି ଦେଶ ଓ ସମାଜର ମଙ୍ଗଳ କାମନା କରିଥିଲେ ଓ ବିଶ୍ୱର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ l

ନିଜ ନିଜ ବସ୍ତିରୁ ଜୁଲୁସ ଵା ଶୋଭାଯାତ୍ରା ଆରମ୍ଭ କରି ବ୍ଲକର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ l ଏଥି ସହ ମହମ୍ମଦ ଦେଇଥିବା ସନ୍ଦେଶ କୁ ପ୍ରଚାର କରିଥିଲେ l ମହମ୍ମଦ ମହାପୁରୁଷ ନାରୀମାନଙ୍କ ସୁରକ୍ଷା ନିମନ୍ତେ ପ୍ରୟାସ, ନାରୀମାନଙ୍କ ଶିକ୍ଷା, ନିଜ ନିଜ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ l ମହମ୍ମଦ କହୁଥିଲେ ସର୍ବଦା ସତ୍ୟ କୁହ କାହାର ଅନିଷ୍ଟ କରନାହିଁ, ପରସ୍ପରକୁସର୍ବଦା ସାହାଯ୍ୟ କର l

ମହମ୍ମଦ କହିବା ଅନୁସାରେ ମୁସଲିମ ଧର୍ମରେ କାହାକୁ ଆର୍ଥିକ ସାହାଯ୍ୟ କରିଥିଲେ ସୁଧ ନେବା ମହାପାପ ବୋଲି କହୁଥିଲେ l ସେ କହୁଥିଲେ ନିଜ କର୍ତଵ୍ୟ କର ତାହା ସହିତ ଭଗବାନଙ୍କୁ ସ୍ମରଣ କର l ମୁସଲିମ ଧର୍ମରେ ଦିନକୁ 5 ଥର ନମାଜ ପାଠକରିବାକୁ ଆଦେଶ ଦେଇଥିଲେ ଯାହାଦ୍ୱାରା ମନୁଷ୍ୟ ଭୁଲ ବାଟରୁ ବଂଚିତ ହେବ ବୋଲି ଭବାନୀପୁର ର ଆୟୁବ ସାହା କହିଥିଲେ l ହାଜିପୁର ବସ୍ତିର ଆଖମଲ ଅଲ୍ଲୀ ତାଙ୍କ ବସ୍ତି ଭାଇ ମାନଙ୍କ ସହ ଶୋଭାଯାତ୍ରା ରେ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ l

Exit mobile version