ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ବିକଶିତ କନ୍ଧମାଳ–ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ କୋଟଗଡ଼ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋସିଆଲ ୱର୍କର୍ସ ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ୍) ପକ୍ଷରୁ କୋଟଗଡ଼ ସ୍ଥିତ ଆଦିବାସୀ ସାଂସ୍କୃତିକ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଗୁଗୁରମାହା ପଞ୍ଚାୟତର ସରପଞ୍ଚ ମୋସେସ କାର୍ଜିମାଝୀଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ୫ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ସାମାଜିକ କର୍ମୀ, ବରିଷ୍ଠ ନାଗରିକ, ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ।