ଉତ୍କଳ ସଂସ୍କୃତି ବିସ୍ୱବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି

ଭୁବନେଶ୍ଵର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଗମମାସ ୧୪ ତାରିଖରେ ଭୁବନେଶ୍ୱର ନିକଟସ୍ଥ ମଦନପୁର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପି. ଏଚ. ଡି . କରିବାପାଇଁ ନାମ ଲେଖାଇବା ପାଇଁ ଏକ ଲିଖିତ ପରୀକ୍ଷା କରାଯାଇଥିଲା ସଧାରଣ ବର୍ଗର ପରୀକ୍ଷାର୍ଥୀ ଏବଂ ପରିଖ୍ୟାର୍ଥିନି ମାନଙ୍କଠାରୁ , ଏନ୍ଟ୍ରାନ୍ସ୍ ବାବଦକୁ ଫି ଟ ୩୫୦୦ ଅର୍ଥ ନିଆଯାଇଥିଲା ୧୪ ଜୁଲାଇ ରେ ଲିଖିତ ପରୀକ୍ଷା କରାଯାଇଥିଲା ଏବଂ ୟୁନିଭରସିଟିର କଣ୍ଟ୍ରୋଲର ଧରଣୀଧର ରଣାଙ୍କ ସୂଚନା ଅନୁଯାୟୀ ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ (୭୦% ସଠିକ୍ ଉତ୍ତର ଦେଇଥିବେ) ହେବେ ସେମାନଙ୍କୁ VIVA VOCE ପାଇଁ ଡକାଯିବ ସେହି ଅନୁସାରେ ପାର୍ଥୀ ଓ ପ୍ରାଥିନି ମାନେ ପ୍ରସ୍ତୁତ ହେଉଥିବା ବେଳେ ହଠାତ ୨୨ ଜୁଲାଇରେ VIVA VOCE ପାଇଁ ଏକ ଇମେଲ ଜରିଆରେ ତରବରିଆ ଭାବେ ଜଣାଇଦିଗଲା ଏବଂ ସମସ୍ତ ପାଖାପାଖି ୧୨୩ ଜଣ ଲିକ୍ଷିତ ପରୀକ୍ଷା ଦେଇଥିବା ପ୍ରାର୍ଥୀ ଏବଂ ପ୍ର।ଥିନୀଙ୍କୁ ଡକାଯାଇଥିଲା ।

ଯାହାକି ସମସ୍ତ ଓଡ଼ିଶା ବାସୀ ଦେଶର ଅନ୍ୟଞ୍ଚଳରୁ ଭାଗନେଇଥିବା ପ୍ରାଥି ଓ ପ୍ରାଥିନୀ ମାନେ ସନ୍ଧେହ ପ୍ରକଟ କରିଥିଲେ । ପରେ ସମ୍ପୂର୍ଣ୍ଣ ୩୪(ଏକମାସ ତିନିଦିନ) ପରେ ୨୫ ଅଗଷ୍ଟ ୨୦୨୬ ରେ ରେଜଲ୍ଟ ବାହାରିଛି l ଯାହାକି ଆହୁରି ଏକ ବଡ଼ ସନ୍ଦେହକୁ ଦ୍ୱିଗୁଣିତ କରିଛି। କାମଚଳା ଭାଇସ ଚାନସେଲରନଙ୍କର ଗତ ସପ୍ତାହରେ ତାଙ୍କର ସମୟସିମା ସମାପ୍ତ ହୋଇଯାଇଅଛି । ସୂତ୍ରରୁ ଜାଣିବାକୁ ମିଳୁଛି ଏହି ପି.ଏଚ. ଡି. ଏଣ୍ଟରାନ୍ସରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ରକ୍ଷକ, ଭାଇସ ଚାନ୍ସେଲର ଦୁର୍ନୀତି କରି କିଛି କ୍ୟାଣ୍ଡିଡେଟଙ୍କୁ ଉତ୍ତୀର୍ଣ୍ଣ କରାଇ ଦେଇଛନ୍ତି । ପରୀକ୍ଷା ରକ୍ଷକଙ୍କର ଇତି ମଧ୍ୟରେ ସମୟ ସୀମା ସରିଯାଉଅଛି ସେ ଏହିସମୟରେ ସେ ଭଲ ଆମଦାନୀ କରିଦେଇଛନ୍ତି ବୋଲି ଜନମାନସରେ ଗୁଞ୍ଜରଣ ହେଉଅଛି।

ପରୀକ୍ଷା ରକ୍ଷକ ଜଣକ ପୂର୍ବରୁ ପୁରୀର ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ରକ୍ଷକ ଥିବାବେଳେ ମହାଦୁର୍ନୀତିରେ ସମ୍ପୃକ୍ତି ଥିଲେ ,ସେ ଜଣେ ବୋଟନୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର କିନ୍ତୁ ତାଙ୍କର ଦୁର୍ନୀତିର ଜିହ୍ୱ‌।ଲାଳଶା ନିଶା ଏତେ ଲାଗିଯାଇଅଛି ଯେ ସେ ଆଉ ପିଲାଙ୍କୁ ପାଠ ପଢ଼ାଇବା ପାଈଁ ଅନିଚ୍ଛୁକ କଳେବଳେ କୌଶଳରେ ସେ ଏହିଭଳି ଦୀର୍ଘଦିନ ହେବ ଅଛନ୍ତି । ଓଡ଼ିଶା ସଂସ୍କୃତି ବିସେବିଦ୍ୟାଳୟର ଏହି ଦୁର୍ନୀତି ନିଟ ଏବଂ ଝାରଖଣ୍ଡ ପରୀକ୍ଷା ଦୁର୍ନୀତିକୁ ଟପିଯାଇଅ ଛି ତେଣୁ ତୁରନ୍ତ ଓଡ଼ିଶା ସରକାର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଇଲେ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲିହୋଇଯିବାରୁ ବଞ୍ଚିଯିବ ନଚେତ୍ ଏହା ଆଉଏକ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବ ।

Exit mobile version