ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବେଣ୍ଟ ଠାରେ ମିଳିଥିବା ନରକଙ୍କାଳ ଚିହ୍ନଟକୁ ନେଇ ଦିନକୁ ଦିନ ଦ୍ଵନ୍ଦ ବୃଦ୍ଧି ପାଇବାରେ ଲାଗିଛି । କଙ୍କାଳକୁ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ବାରମ୍ୱାର ଭୁଲ୍ ତଥ୍ୟ ମିଳୁଥିବାର ଅସନ୍ତୋଷ ଏକ ବିରାଟ ରୂପ ନେଉଛି । ତେବେ ସୂଚନା ଅନୁସାରେ ବେଣ୍ଟ ଠାରୁ ମିଳିଥିବା କଙ୍କାଳ କାଳିଆର ନୁହେଁ ବୋଲି ଘଟଣା ସ୍ଥଳରେ କାଳିଆର ବାପା ପାଣୁ ସାହୁ ପୁଲିସକୁ ସ୍ପଷ୍ଟ ଭାବେ ଜଣାଇଥିଲେ । ତାଙ୍କ ପୁଅ ବେକରେ ମାଳି ଲଗାଏ ନାହିଁ କିମ୍ବା ଚଡି ପିନ୍ଧେ ନାହିଁ। ତାଙ୍କ ପୁଅ କାଳିଆକୁ ୪୦ବର୍ଷ ଉପରେ ହେବ ତାଙ୍କ ଅନୁମାନ ଅନୁସାରେ ନର କଙ୍କାଳଟି ଜଣେ ୨୧/୨୨ ବର୍ଷର ଯୁବକଙ୍କର ହେବ ସେ ମଧ୍ୟ ମୋ ପୁଅର ନିଖୋଜ ନେଇ ଥାନାରେ କୌଣସି ଅଭିଯୋଗ କରିନାହିଁ ।

କାଳିଆ ୯ବର୍ଷ ଧରି ଗାନ୍ଧୀ ଧାମରେ କାମ କରୁଥିଲା । ଏବେ ଗାଁରେ ରହି କେତେବେଳେ ବାହାରକୁ ଯାଏ, ପୁଣି କିଛି ଦିନ ପରେ ଫେରି ଆସେ ଗତ ୨୨ ତାରିଖରେ ପୁଲିସ ଆସି ଆମଠାରୁ କାହିଁକି ରକ୍ତ ନେଲା ସେ ବି ଜାଣନ୍ତି ନାହିଁ । ପାଣୁ ସାହୁ ଜଣେ ସରଳ ନିରୀହ ବୟସ୍କ ଚାଷୀ ଟଙ୍କା ସରଳତାର ସୁଯୋଗ ନେଇ କାହିଁକି କଣ ପାଇଁ ପୁଲିସ ତାଙ୍କ ପରିବାରକୁ ଏଥିରେ ସଂଶ୍ଲିଷ୍ଟ କରି କାଳିଆର କଙ୍କାଳ ବୋଲି ସାବ୍ୟସ୍ତ କରିବା ପଛରେ ନିଶ୍ଚିତ ରୂପେ ଏକ ବଡ଼ ଯୋଜନା ବଦ୍ଧ ଷଡଯନ୍ତ୍ର ରହିଥିବା ସନ୍ଦେହ ସତ୍ୟରେ ପରିଣତ ହେବାକୁ ଯାଉଛି । ପାଣୁ ସାହୁ କଂକାଳର ଦାବିଦାର କିମ୍ଵା ଲିଖିତ ଅଭିଯୋଗ କରିନଥିବା ସ୍ଥଳେ କେଉଁ ତଥ୍ୟ ଆଧାରରେ ଗତକାଲି ଶରଣକୁଳ ଏସ ଡ଼ି ପି ଓ ଦୀପ୍ତିକାନ୍ତ ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଲେ ।

କାଳିଆକୁ ମୃତ ଘୋଷଣା କରି କାହାକୁ ରକ୍ଷା କରାଯିବା ପାଇଁ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ସ୍ପଷ୍ଟ ହେବାରେ ଲାଗିଛି । ଦିବ୍ୟପ୍ରକାଶ ଙ୍କ ବାପା ରାଜେନ୍ଦ୍ର ଙ୍କ ଅଭିଯୋଗକୁ ଅଣଦେଖା କରିବା ଆଳରେ ବେଣ୍ଟର ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀକୁ ସୁରକ୍ଷା ଦିଆଯାଉଛି ବୋଲି ସ୍ପଷ୍ଟ ହେବାରେ ଲାଗିଛି । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ପ୍ରଚ୍ଛନ୍ନ ପ୍ରୋତ୍ସାହନ ରହିଥିବା ଜଣାପଡୁଛି । ଏହି ଖବର ପ୍ରସାରିତ ହେବା ପରେ ପୁଲିସ ଜୋର ଜବରଦସ୍ତି କାଳିଆର ବାପା ପାଣୁ ସାହୁଙ୍କ ଠାରୁ ଲିଖିତ ଅଭିଯୋଗ ଲେଖାଇ ଆଣିବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନପାରେ ଲୋକଙ୍କ ସରକାରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏହି ସ୍ପର୍ଶକାତର ମାମଲାକୁ ତଦନ୍ତ ନିମିତ୍ତ କ୍ରାଇମ ବ୍ରାଞ୍ଚ କୁ ହସ୍ତାନ୍ତର କରିବାକୁ ସାଧାରଣ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି । 

Exit mobile version