ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ

ବେଣ୍ଟ ଠାରେ ନରକଙ୍କାଳ ଚି଼ହ୍ନଟ କୁ ନେଇ ଦ୍ଵନ୍ଦ୍ବ ବୃଦ୍ଧି ପାଇଲା l ପୁଲିସ ତଦନ୍ତପ୍ରକ୍ରିୟା ରୁ ଓ ଚାନ୍ଦପୁରରେ ସାମ୍ବାଦିକ ସାକ୍ଷାତା କାର ନକରି ଶରଣ କୁଳ ରେ କରିବା ଦ୍ଵାରା ତଦନ୍ତ ବାଟବଣା ହେଉଥିବା ସନ୍ଦେହ କରାଯାଉଛି ।

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଗତକାଲି ନୟାଗଡ଼ ଜ଼ିଲ୍ଲାର ଶରଣକୁଳ ଉପ ଆରକ୍ଷୀ ଅଧିକ୍ଷକ ଦୀପ୍ତିକାନ୍ତ ପ୍ରଧାନ ତାଙ୍କ କାର୍ଯ୍ୟାଳୟରେ ଆୟୋଜନ କରିଥିବା ସାମ୍ବାଦିକ ସାକ୍ଷାତକାର ପରେ ଚାନ୍ଦପୁର ଥାନା ଅଧୀନସ୍ଥ ବେଣ୍ଟ ଠାରେ ଠାବ ହୋଇଥିବା ନରକଙ୍କାଳ ଚି଼ହ୍ନଟକୁ ନେଇ ଦ୍ଵନ୍ଦ୍ବ ଥମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ହେତୁ ଏସଡ଼ିପିଓ ଶ୍ରୀ ପ୍ରଧାନ ସେଠାରେ ସାମ୍ବାଦିକ ମାନଙ୍କୁ ତଦନ୍ତ ଜନିତ ବୟାନ ଦେବାରେ କୌଣସି ଅସୁବିଧା ନାହିଁ ।

କିନ୍ତୁ ଏହି ଘଟଣା ଚାନ୍ଦପୁର ଥାନା ଅଂଚଳରେ ଘଟିଛି ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଏହାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲେ ଏବଂ ଖବର ସଂଗ୍ରହ ସହିତ ପ୍ରସାରଣରେ ସେମାନଙ୍କର ପ୍ରମୁଖ ଭୂମିକା ରହିଥିଲା । ସେମାନଙ୍କୁ ଦୂରେଇ ରଖିବା ଦ୍ଵାରା ସନ୍ଦେହ ଦେଖାଦେଇଛି । ସେମାନେ ଉପସ୍ଥିତ ଥିଲେ ସରଜମିନ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ସନ୍ଦେହ ଦୂର କରିପାରିଥାନ୍ତେ। ପୁଲିସ ର ତଦନ୍ତକୁ ନେଇ ଦିବ୍ୟପ୍ରକାଶ ଙ୍କ ବାପା ରାଜେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଡ଼ିଏନଏ ପରୀକ୍ଷା ପାଇଁ ଯିବାକୁ ଯଦି କାଳିଆର ନିଜ ଲୋକ ମନା କଲେ ତେବେ ଦିବ୍ୟପ୍ରକାଶଙ୍କ ବାପାଙ୍କୁ ଡକାଗଲା ନାହିଁ କାହିଁକି ? ତାଙ୍କ ବାପାଙ୍କ ବୟାନ ଅନୁସାରେ ଶ୍ରୀରାଗମ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିବା ବେଳେ ତାଙ୍କର ମୋବାଇଲ ଚୋରି ହୋଇଥିବା ନେଇ ସେ ଚାନ୍ଦପୁର ଥାନାରେ କୁଆଡେ ଲିଖିତ ଅଭିଯୋଗ ଦେଇଥିଲେ। ତାଙ୍କ ନିଖୋଜ ଜନିତ ହତ୍ୟାର ଏହା କାରଣ ନୁହେଁ ତ? ଶ୍ରୀରାଗମ କମ୍ପାନୀକୁ ତଦନ୍ତ ପରିସରକୁ ଅଣା ନଯିବା ପଛରେ କୌଣସି ରାଜନୈତିକ ହସ୍ତକ୍ଷେପ ନେଇ ସାଧାରଣରେ ନାନାକଥା ଶୁଣାଯାଉଛି।

ଜଣେ କର୍ମଚାରୀର ନିଖୋଜ ଘଟଣାକୁ ଶ୍ରୀରାଗମ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ନ ଜଣାଇବା ଘଟଣାକୁ ପୁଲିସ ତଦନ୍ତ ପରିସରକୁ ଏଯାବତ ଅଣା ନଯିବା ଦ୍ଵାରା ସାଧାରଣରେ ସନ୍ଦେହ ବୃଦ୍ଧି ପାଉଛି । ଡ଼ି ଏନ ଏ ରିପୋର୍ଟ ହେରଫେର ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦିବ୍ୟଙ୍କ ବାପା ରାଜେନ୍ଦ୍ର ଦୃଢତାର ସହ କହୁଛନ୍ତି । ଏହା କୌଣସି ବିବାଦୀୟ ଘଟଣା ହୋଇନଥିବା ହେତୁ ଏହାର ତଦନ୍ତ ପ୍ରକ୍ରିୟା ବିଶ୍ୱାସନୀୟ ହେବା ନିମିତ୍ତ ପୁଲିସ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ବିଭାଗୀୟ କାର୍ଯ୍ୟଦକ୍ଷତା ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସନ୍ଦେହକୁ ଦୂର କରି ନିରପେକ୍ଷ ତଦନ୍ତ କରିବାକୁ ଆଶା କରନ୍ତି ।

Exit mobile version