ବଲାଙ୍ଗୀର, ଭୁବନେଶ୍ବର ଇଣ୍ଟର ସିଟି ସ୍ପେଶାଲ ଆ°ଶିକ ବାତିଲ

ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର )  ବରଗଡ଼ :- ବଲାଙ୍ଗୀର ଲୁଇସିଙ୍ଘା ଷ୍ଟେସନ ମଧ୍ୟରେ ରେଳ ପଥ ଦୋହରିକରଣ ଯୋଗୁଁ ଓ ତତ୍ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ କୁ ଦୃଷ୍ଟିରେ ରଖି ୯ରୁ ୧୮ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଭୁବନେଶ୍ୱର ବଲାଙ୍ଗୀର ଭୁବନେଶ୍ବର ଇଣ୍ଟର ସିଟି ସ୍ପେଶାଲ କୁ ଆ°ଶିକ ବାତିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୦୨୮୯୩ /୦୨୮୯୪ ଭୁବନେଶ୍ୱର ବଲାଙ୍ଗୀର ଭୁବନେଶ୍ବର ଇଣ କର ସିଟି ଟ୍ରେନ ଅକ୍ଟୋବର ମାସ ୯ ତାରିଖରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଏବଂ ବରଗଡ଼ ରୋଡ଼ ମଧ୍ୟରେ ଚଳାଚଳ କରିବ ଏବଂ ଏହା ବରଗଡ଼ ରୋଡ଼ ରେଳଷ୍ଟେସନ ରୁ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ବୋଲି ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ ପ୍ରେସ ବିଜ୍ଞପ୍ତି କୁହାଯାଇଛି । (ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)

Exit mobile version