ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବେଆଇନ ଜୁଆ କାରବାର ବିରୋଧରେ ଚାଲିଥିବା ଅଭିଯାନ କ୍ରମେ ପାରଳାଖେମୁଣ୍ଡି ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନୀଳା ପାଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟରାମ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ (୪୧) ଙ୍କ ସମେତ ମୋଟ ୬ ଜଣଙ୍କୁ ଧରିଛି ।
