ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ

ନିରାପତ୍ତା, ସ୍ବଚ୍ଛତା, ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନର ମାନ ପରଖିଲେ ।

ନୂଆଗାଁ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ଅଚାନକ ବିଦ୍ୟାଳୟ ପରିଦର୍ଶନ କରି ଚର୍ଚ୍ଚାରେ । ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ ଏବଂ ଅଭିଭାବକ ।

ବ୍ଲକ୍ ଶିକ୍ଷା ଅଧିକାରୀ ଡ ଗିରିଜା ଶଙ୍କର ମହାପାତ୍ର ଜିଗିନି ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଦୟପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଅଚାନକ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଛାତ୍ର ଛାତ୍ରୀ ମାନଙ୍କ ନିରାପତ୍ତା,

ବିଦ୍ୟାଳୟ ସ୍ବଚ୍ଛତା, ମଧ୍ୟାହ୍ନ ଭୋଜନ ମାନ ଦେଖିଥିଲେ।ତତ୍ ସହିତ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ଏଭଳି ପଦକ୍ଷେପ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Exit mobile version