ବୋଲଗଡ଼ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀ ଅଧୀନ ପିଚୁକୁଳି ବିଜେପି ମଣ୍ଡଳସଭାପତି ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ରବିବାର ସମ୍ପର୍କ ପଦଯାତ୍ରାଅନୁଷ୍ଠିତ ହୋଇଯାଇଅଛି ! ଏହି ସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ବୋଲଗଡ଼ -ବେଗୁନିଆ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପାର୍ଥି ପ୍ରକାଶ ଚନ୍ଦ୍ର ବିଜୁଳି, ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେପି ଅଧିବକ୍ତା ଲୋତକ ବିନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧାଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜିତ କୁମାର ପଟ୍ଟନାୟକ,ବୋଲଗଡ଼ ମଣ୍ଡଳ ବିଜେପି ସଭାପତି ଦୀପନ କୁମାର ବିଶ୍ୱାଳ,
ମଧ୍ୟ ବେଗୁନିଆ ମଣ୍ଡଳ ବିଜେପି ସଭାପତି ଜିତେନ୍ଦ୍ର କୁମାର ସାହୁ,ପିଚୁକୁଳି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅନିଲ କୁମାର ମାର୍ଥା, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ବିଜେପି ସଭାପତି ସମୀର ରଞ୍ଜନ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶୁଭସ୍ମିତା ମାନ୍ଧାତା, ବେଗୁନିଆ ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ରାଉତ, ବୋଲଗଡ଼ ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ଛାଟୋଇ ପ୍ରମୁଖ ଯୋଗଦେଇଥିଲେ ! ଏହି ସମ୍ପର୍କ ପଦଯାତ୍ରା ପିଚୁକୁଳି ପାଟଣା ସାହି ଛକଠାରୁ ବାହାରି କଲ୍ୟାଣ ମଣ୍ଡପ ଠାରେ ଶେଷ ହୋଇଥିବାବେଳେ ଶତାଧିକ ମହିଳା ଓ ପୁରୁଷ,କର୍ମୀ ଓ କର୍ମକର୍ତ୍ତlମାନେ ଯୋଗଦେଇଥିଲେ !
ଏହି ଅବସରରେ କଲ୍ୟାଣ ମଣ୍ଡପ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ପାଖରେ ବସି ଗ୍ରାମରେ ଥିବା ସମସ୍ୟା ବିଷୟରେ ଅବଗତ କରିଥିଲେ ! ପିଚୁକୁଳିଛକରେ ଏକ ସୋଲାର ଲାଇଟ ଲଗାଇବା ଓ ଚାମ୍ପେଇଲୋ ଗ୍ରାମରେ ପାନୀୟ ଜଳ ସୁବିଧା ଯୋଗାଇଦେବାକୁ ଉପସ୍ଥିତ ମହିଳାମାନେ ଲିଖିତ ଦାବୀ କରିଥିଲେ ! ୪ଦିନ ଭିତରେଏହି ଅଭିଯୋଗ ଗୁଡିକ ଶୀଘ୍ର ସମାଧାନ କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିଶୃତି ଦେଇଥିଲେ !
ଏହି ପଦଯାତ୍ରାର ଲକ୍ଷ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମସ୍ତ କର୍ମୀ ଓ କର୍ମକର୍ତ୍ତମାନଙ୍କୁ ପରାମର୍ଶ ଦେଇଥିଲେ ! ତୃଣମୂଳ ସ୍ତରରେ ବିଜେପି ସଂଗଠନ ସୁଦୃଢ଼ କରିବା, ଗାଁ ଗାଁ ବୁଲି ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ଏବଂ ଦଳର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା,
ସହିତ ଦଳର ନେତା ଓ କର୍ମୀମାନେ ପ୍ରତ୍ୟେକ ୱାର୍ଡ, ପଞ୍ଚାୟତ ଓ ବ୍ଲକ ସ୍ତରରେ ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରି ସମାଧାନ କରିବା ପାଇଁ ସମସ୍ତ ମଞ୍ଚାସିନ ବିଜେପି ଅଧିକାରୀମାନେ କହିଥିଲେ ! ଏହି କାର୍ଯ୍ୟକ୍ରମକୁ ପିଚୁକୁଳି ମଣ୍ଡଳ ବିଜେପି କର୍ମକର୍ତ୍ତlମାନେ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ପିଚୁକୁଳି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅନିଲ କୁମାର ମାର୍ଥା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
