୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ

ନୟାଗଡ଼ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଅଦ୍ୟ ସର୍ବଭାରତୀୟ ଇଣ୍ଡିମେଣ୍ଟ ନେତୃତ୍ବ ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ଖଣିଲୁଟିଆ ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଡିସିସି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସେଠାରେ ସମଭାବାପନ୍ନ ଦଳ କମ୍ୟୁନିଷ୍ଟ,କଂଗ୍ରେସ, ସି.ପି.ଆଇ.(ଏମ୍), ସି.ପି.ଆଇ., ସି.ପି.ଏମ୍.ଏଲ୍., ସମାଜବାଦୀ ଦଳର ନେତୃବୃନ୍ଦ ପ୍ରତିନିଧି ହିସାବରେ ଏକତ୍ର ହୋଇ ଆନ୍ଦୋଳନର ଖସଡ଼ା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାରଙ୍କ ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ତଥା ରାଜ୍ୟ ମାନଙ୍କର କ୍ଷମତା ସଂକୁଚିତ କରି ଆର୍ଥିକ ଭାବରେ ଦୁର୍ବଳ କରିବା ସହିତ କେନ୍ଦ୍ରର କ୍ଷମତାକୁ କେନ୍ଦ୍ରୀକୃତ କରିବା ଉଦ୍ଦେଶ୍ୟରେ ଏମ.ଏମ.ଡି.ଆର୍ ଆଇନ ସଂଶୋଧନ କରାଇ ପାରିତ କରିଛନ୍ତି, ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଜନବିରୋଧୀ ବୋଲି ବୈଠକରେ ନେତୃମାନେ ପ୍ରକାଶ କରିଥିଲେ ।

ରାଜ୍ୟର ୨0 ନିର୍ବାଚିତ ବିଜେପି ସାଂସଦ ସାଡେ ଚାରିକୋଟି ଓଡ଼ିଆ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଃସର୍ତ୍ତ ଆତ୍ମସମର୍ପଣ କରି ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନବାଚୀ ଶୀର୍ଷକ ବ୍ୟାପକ ଆଲୋଚନା କରାଯାଇ ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ସହିତ ଆସନ୍ତା ୨୫ ଅଗଷ୍ଟ ମଙ୍ଗଳବାର ଦିନ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ଦେବାପାଇଁ ସେଠାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ଦିନର ଜୋରଦାର ସଂଗ୍ରାମର ପ୍ରାରମ୍ଭିକ ପଦକ୍ଷେପ ଏହି ବୈଠକରେ ଖସଡ଼ା ପ୍ରସ୍ତୁତ କରାଯାଇଛି ।

ଉକ୍ତ ଆଲୋଚନାରେ ସି.ପି.ଆଇ.ଏମ. ର କେନ୍ଦ୍ର ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡା, ସରୋଜ ନାୟକ, ପବିତ୍ର ଇନ୍ଦ୍ରଜିତ, ସି.ପି.ଆଇ. ଭୁବନାନନ୍ଦ ହାତୀ, ସି.ପି.ଏମ.ଏଲ. ର ଗୋପିନାଥ ଜେନା, ସମାଜବାଦୀ ପାର୍ଟିର ଉଲ୍ଲାସ ବାରିକ, କଂଗ୍ରେସର ବରିଷ୍ଠ ନେତା ଡିସିସି ଉପସଭାପତି ଲଷ୍ମୀଧର ତ୍ରିପାଠୀ, ବିଭୂପ୍ରସାଦ ମିଶ୍ର, ଆଇନଜୀବୀ ପୀତବାସ ଖୁଣ୍ଟିଆ, ଫକୀର ଚରଣ ମଲ୍ଲ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଛାତ୍କଂଗ୍ରେସସଭାପତି ଶିବରଞ୍ଜନସାହୁ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସୀମ ଖାଁ ପ୍ରମୁଖ ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତା ବିରୋଧୀ ନୀତିର କଟୁ ସମାଲୋଚନା କରି ଓଡ଼ିଶା ସ୍ୱାର୍ଥ ବିରୋଧି ସଂଶୋଧିତ ଖଣି ଆଇନ ପ୍ରତ୍ୟାହାର ନହେଲେ ଓଡ଼ିଶା ବନ୍ଦ କରାଯିବ ବୋଲି ଆହ୍ୱାନ ଦେଇଥିଲେ ।

Exit mobile version