ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା

କୋରାଇ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବ୍ୟାସନଗର ପୌରପରିଷଦ ଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ‘ଓଡ଼ିଆ ସମ୍ମାନ’ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବିଭାଗୀୟ ମୁଖ୍ୟଅଧ୍ୟାପକ ମଳୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ପ୍ରାକ୍ତନ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ ଯୋଗଦେଇ ନବାଗତା ତଥା ବର୍ତମାନ ତିନିଶ୍ରେଣୀର ଛାତ୍ରୀମାନେ ତୁମେ ଗୋଟିଏ ମାଆର ୩ଝିଅ ।

ତେଣୁ ତୁମେ ୩ଭଉଣୀ ଭଳି ପରସ୍ପର ମଧ୍ୟରେ ସମ୍ପର୍କର୍ ବାଂଟି ଚଳିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ଝୁନୁମଣି ଜେନା ଓଡ଼ିଆ ଭାଷାକୁ ‘ସମ୍ମାନ’ ଭାବେ ରଖି ପାଠପଢ଼ିବାକୁ ଆଗ୍ରହ ପ୍ରକାଶ କରିଥିବା ନବାଗତା ଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରେଣୀରେ ପଢ଼ାଯାଉଥିବା ପାଠକୁ ନିଷ୍ଠାର ସହ ପଢି ଭଲନମ୍ବର ରଖି ଉତୀର୍ଣ୍ଣ ହୋଇ ମହାବିଦ୍ୟାଳୟର ଟେକ ରଖିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଚଳିବର୍ଷ ସ୍ନାତକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ମହାବିଦ୍ୟାଳୟର ଟପ୍ପର ହୋଇଥିବା ଓଡ଼ିଆ ବିଭାଗର ଛାତ୍ରୀ ସୋନାଲି ରଣାଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉତରୀୟ ଦେଇ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ନାବାଗତା ଛାତ୍ରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ବେଳେ ଆବାହନି ସଙ୍ଗୀତ ପ୍ରତିରୂପା ସାହୁ, ଶୁଭଶ୍ରୀ ସାହୁ, ପ୍ରତିଛନ୍ଦା ମଲିକ ଓ ସ୍ୱାଗତ ନୃତ୍ୟ ଶୁଭସ୍ମତା ନାୟକ, ମଧୁସ୍ମିତା ସାହୁ, ସିଲିଆ ପ୍ରିୟଦର୍ଶିନୀ ସାହୁ, ଅନ୍ୱଷା ପ୍ରିୟଦର୍ଶିନୀ ରାୟ ପ୍ରମୁଖ ପରିବେଶଣ କରିଥିଲେ ।

ପୁରାତନ ଛାତ୍ରୀ ତୁଲସୀ ସାମଲ, ସୁବର୍ଣ୍ଣା ସାହୁ, ଆଭାଜ୍ୟୋତି ମଲ୍ଲିକ, ସ୍ମୃତିସାରିକା ଜେନା, ସୋନଲି ରଣା, ହରପ୍ରିୟା ଦଳେଇ, ମୃଣ୍ମୟୀ ତରାଇ, ଝିଲି ବିଶ୍ୱାଳ, ଲିପିକା ରଣା, ମୋନାଲିସା ମଲିକ, ଶୁଭଲକ୍ଷ୍ମୀ ପାତ୍ର, ମାନିନୀ ବେହେରା, ପ୍ରଭାସିନୀ ପତି, ପାର୍ବତୀ ତାପେ,ସୁପ୍ରିୟା ମହାଳିକ ଓ ୩ୟ ବର୍ଷର ଏଲିଜାପ୍ରିୟଦର୍ଶିନୀ ବ୍ରହ୍ମ, କମଳା ସାହୁ, ସାଗରିକା ଜେନା, ମମତା ମଲ୍ଲିକ, ସୁଭସ୍ମିତା ସାହୁ, ବିଜୟଲକ୍ଷ୍ମୀ ରାଉତ, ରୂପାଲି କରଣ, ମୋନାଲିସା ତରେଇ,

ବାସନ୍ତୀ ମଣ୍ଡଳ, ନନ୍ଦିନୀ ମଲ୍ଲିକ, ସୀତାମଣୀ ସୋରେନ, ସୁବାସିନୀ ତିରିଆ, ପ୍ରତି ସାମଲ, ୨ୟ ବର୍ଷର ଛାତ୍ରୀ ସ୍ମୃତିରେଖା ଦଳେଇ, ଲିଜାରାଣୀ ସାହୁ, ସମୀକ୍ଷା ରାଉତ, ବିଦୁସ୍ମିତା ନାଥ, ମଧୁସ୍ମିତା ପଣ୍ଡା, ପାର୍ବତୀ ହାଁସଦା, ପାନ ହାଁସଦା, ଲକ୍ଷ୍ମୀପ୍ରିୟା ସାହୁ, ସିନା ମାଝୀ, ନିବେଦିତା ସ୍ୱାଇଁ, ସୀମା ଦାସ, ବର୍ଷାପ୍ରିୟଦର୍ଶିନୀ ପଣ୍ଡା, ଚିନ୍ମୟୀ ମଲ୍ଲିକ, ସସ୍ମିତା ସୁଙ୍ଗୁରାଇ, ସବିତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲ ।

ନବାଗତା ଛାତ୍ରୀ ଅର୍ପିାତା ପ୍ରିୟଦଶିନୀ ଜେନା, ଅର୍ପିତା ବାରିକ, ବର୍ଷାପ୍ରିୟଦଶିନୀ କର, ପ୍ରିତଭାନୁ ସ୍ୱାଇଁ, ସୁଚିସ୍ମିତା ସାହୁ, ସନୋଲି ତରେଇ, ସେଲିନା ବେହେରା, ଭାନୁପ୍ରଭା ସ୍ୱାଇଁ, ମୋନାଲିସା ଜେନାମୀନତି ମୁର୍ମୁ, ମଧୁସ୍ମିତା ପାଢୀ ପ୍ରମୁଖ ପ୍ରତି ଉତରରେ ବଡଭଉଣୀମାନଙ୍କର ଉପଦେଶ, ଗୁରୁଜନଙ୍କୁ ଭକ୍ତି ଓ ଆଦେଶ ମାନି ଭଲପଢି ମହାବିଦ୍ୟାଳୟର ନାଁ ରଖିବାକୁ କହିଥିଲେ । ୩ୟ ବର୍ଷର ଛାତ୍ରୀ ଏଲିଜା ପ୍ରିୟଦର୍ଶିନୀ ବ୍ରହ୍ମ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version